ଓଡିଶା

odisha

ETV Bharat / state

ନାଲକୋ ପାଚେରୀ ନିର୍ମାଣ ପ୍ରସଙ୍ଗ: ତ୍ରିପାକ୍ଷିକ ଆଲୋଚନାର ପ୍ରଥମ ପର୍ଯ୍ୟାୟ ବିଫଳ - discussion

ଦାମନଯୋଡିସ୍ଥିତ ଆମ୍ବଗାଁ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ, ନାଲକୋ ଏବଂ ଆମ୍ବଗାଁ ବାସିନ୍ଦାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କୌଣସି ଠୋସ ନିଷ୍କର୍ଷ ବାହାରି ପାରିନଥିବାରୁ ସ୍ଥିତି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 10, 2019, 11:52 PM IST

କୋରାପୁଟ: ନାଲକୋ କମ୍ପାନୀ ପାଚେରୀ ନିର୍ମାଣ ପ୍ରସଙ୍ଗରେ ସୋମବାର ଆରମ୍ଭ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଛି । ଦାମନଯୋଡିସ୍ଥିତ ଆମ୍ବଗାଁ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ, ନାଲକୋ ଏବଂ ଆମ୍ବଗାଁ ବାସିନ୍ଦାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କୌଣସି ଠୋସ ନିଷ୍କର୍ଷ ବାହାରି ପାରିନଥିବାରୁ ସ୍ଥିତି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ଦାମାନଯୋଡି ଠାରେ ନାଲକୋ କମ୍ପାନୀର ପାଚେରୀ ନିର୍ମାଣକୁ ନେଇ ଗତ କିଛି ବର୍ଷ ଧରି ଆମ୍ବଗାଁ ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ବିରୋଧ ଯୋଗୁଁ ଏହି କାର୍ଯ୍ୟ ଆଗକୁ ଯାଇପାରୁନାହିଁ । ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ରୀତିମତ ଆରୋପ ପ୍ରତ୍ୟାରୋପକୁ ନେଇ ଉଭୟ ପକ୍ଷ ଥାନା ଓ ପ୍ରଶାସନ ନିକଟରେ ପହଞ୍ଚିଥିଲେ । ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆଜି କୋରାପୁଟ ଉପଜିଲ୍ଲାପାଳ ଲଳିତ ମୋହନ କହଁରଙ୍କ ନେତୃତ୍ବରେ ଆଲୋଚନା ପାଇଁ ତିନି ପକ୍ଷଙ୍କୁ ଡକରା ମିଳିଥିଲା । ଏଥିରେ କୋରାପୁଟ ଓ ସେମିଳିଗୁଡା ତହସିଲଦାର , ଆରଆଇ , ଅମିନ , ସୁନାବେଡା ଏସ୍ଡ଼ିପିଓ ଓ ନାଲକୋର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଏକ ଦଳ, ଆମ୍ବଗାଁ ବାସୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।


ଆମ୍ବଗାଁ ବାସିନ୍ଦା ଗାଁର ସମସ୍ତ ୧୫୩ ଟି ପରିବାରରୁ ଜଣେ ଲେଖାଏଁ ଯୁବକ ଯୁବତୀଙ୍କୁ ନାଲକୋରେ ନିଯୁକ୍ତି ଦାବି କରିଆସୁଛନ୍ତି । ଏହାକୁ ଆଖି ଆଗରେ ରଖି ଗ୍ରାମର ପ୍ରକୃତ ଜନସଂଖ୍ୟାକୁ ଆକଳନ କରିବା ପାଇଁ ତହସିଲଦାରଙ୍କ ନେତୃତ୍ବରେ ଏକ ସର୍ଭେ କରାଯିବ ବୋଲି ସୁନାବେଡା ଏସ୍ଡ଼ିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ସୋମବାର ଆଲୋଚନା ଆରମ୍ଭ ହେଲାବେଳକୁ ନାଲକୋ କେବଳ ୨୭ ଜଣଙ୍କୁ ଠିକା ଭିତ୍ତିକ ନିଯୁକ୍ତି ଦେବାପାଈଁ ନିଷ୍ପତି ନେଇଥିଲେ ବେଳେ ଗ୍ରାମବାସୀ ପ୍ରଥମ ପର୍ଯ୍ୟାୟରେ ଅନ୍ତତଃ ପକ୍ଷେ ୭୦ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ରଖିଥିଲେ । ଫଳରେ ଗ୍ରାମବାସୀଙ୍କ ମନେର ଅଶାନ୍ତିର ବାତାବରଣ ଖେଳି ଯାଇଥିଲା ।

ଏହାସହ ଏହି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଗ୍ରାମର ଯୁବକ ଚେତାବନୀ ଦେଇଛନ୍ତି । ସୋମବାର ଅନୁଷ୍ଠିତ ହୋଇଥିବା ଆଲୋଚନା ଶେଷ ହେଲାବେଳକୁ ନାଲକୋ କର୍ତ୍ତୃପକ୍ଷ ୪୦ ଜଣଙ୍କୁ ଠିକାଭିତ୍ତିକ ନିଯୁକ୍ତି ଦେବା ପାଇଁ ରାଜି ହୋଇଥିବା ବେଳେ ଗ୍ରାମବାସୀ ସେହି ୪୦ ଜଣକୁ ସ୍ଥାୟୀ ନିଯୁକ୍ତି ନଦେଲେ ପ୍ରସ୍ତାବକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛନ୍ତ । ଏନେଇ ଗାଁରେ ପୁଣିଥରେ ଆଲୋଚନା କରିବେ ବୋଲି ସ୍ପଷ୍ଟୋକ୍ତି ଜଣାଇଦେବାରୁ ଆଲୋଚନା ଆଜି ପାଇଁ ସ୍ଥଗିତ ରଖାଯାଇଥିଲା ବୋଲି ଏସ୍ଡ଼ିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details