ଓଡିଶା

odisha

ETV Bharat / state

ବାପା ପାଇଁ ପୁଅ ଛାଡିଲା ବାଟ, ନାଚିକା ଲିଙ୍ଗା ଲଢିବେ ନିର୍ବାଚନ

ବାପାଙ୍କ ପାଇଁ ପୁଅ ଛାଡିଲେ ବାଟ । କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ବ୍ୟକ୍ତି ନାଚିକା ଲିଙ୍ଗା ଓ ତାଙ୍କ ପୁଅ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ବାପାଙ୍କ ପାଇଁ ପୁଅ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ବାପାଙ୍କ ପାଇଁ ପଥ ଛା଼ଡିଛନ୍ତି । ଅଧିକ ପଢନ୍ତୁ

ବାପା ପାଇଁ ପୁଅ ଛାଡିଲା ବାଟ, ନାଚିକା ଲିଙ୍ଗା ଲଢିବେ ନିର୍ବାଚନ
ବାପା ପାଇଁ ପୁଅ ଛାଡିଲା ବାଟ, ନାଚିକା ଲିଙ୍ଗା ଲଢିବେ ନିର୍ବାଚନ

By

Published : Jan 26, 2022, 7:05 AM IST

କୋରାପୁଟ:ବାପାଙ୍କ ପାଇଁ ପୁଅ ଛାଡିଲେ ବାଟ । ରାଜ୍ୟରେ ପଞ୍ଚାୟତ ନର୍ବାଚନ ନେଇ ସରଗରମ ହୋଇଛି ରାଜନୀତି । ଏଭଳି ସ୍ଥିତିରେ କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ବ୍ୟକ୍ତି ନାଚିକା ଲିଙ୍ଗା ଓ ତାଙ୍କ ପୁଅ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ବାପାଙ୍କ ପାଇଁ ପୁଅ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ବାପାଙ୍କ ପାଇଁ ପଥ ଛା଼ଡିଛନ୍ତି । ପରସ୍ପର ଲଢେଇ ନକରି ଏକତ୍ର ଲଢିବା ପାଇଁ ଜନମତକୁ ସମ୍ମାନ ଦେଇ ପ୍ରତ୍ୟାହାର କରିଥିବା ନାଚିକାଙ୍କ ପୁଅ କହିଛନ୍ତି।

ବାପା ପାଇଁ ପୁଅ ଛାଡିଲା ବାଟ, ନାଚିକା ଲିଙ୍ଗା ଲଢିବେ ନିର୍ବାଚନ

ମଙ୍ଗଳବାର ଥିଲା ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପର୍ଯ୍ୟନ୍ତ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଗୁଡିକର ପ୍ରତ୍ୟାହାର କରିବାର ଶେଷ ଦିନ । ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ ପାଇଁ ଆଦିବାସୀ ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବୀନ୍ଦ୍ର ନାଚିକାଙ୍କ ନାମାଙ୍କନ ପତ୍ର କାଏମ ରହିବା ପରେ ସ୍ଥିତି ରୋଚକ ହୋଇଥିଲା । ପୁଅ ରବୀନ୍ଦ୍ର ବାପାଙ୍କ ବାଟକୁ ସୁଗମ କରିବା ପାଇଁ ନିଜ ନାମାଙ୍କନ ପତ୍ରକୁ ପ୍ରତ୍ୟାହାର କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ନାଚିକା ଲିଙ୍ଗା ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ନାରାୟଣପାଟଣା ଅଞ୍ଚଳରେ ତାଙ୍କର ପୂର୍ବ ଅନୁଭୂତି ଓ ଜନତାଙ୍କ ସହ କାର୍ଯ୍ୟ କରିବାର ଦକ୍ଷତା ବାପାଙ୍କୁ ବିଜୟୀ କରିବାରେ ସହାୟକ ହେବ ବୋଲି ପୁଅ ରବୀନ୍ଦ୍ର କହିଛନ୍ତି ।

କୋରାପୁଟ ନାରାୟଣ ପାଟଣାରେ ଦିନେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ଭାବରେ ଚର୍ଚ୍ଚିତ ହୋଇଥିଲେ ନାଚିକା ଲିଙ୍ଗା। ଚାଷୀମୂଲିଆ ଆଦିବାସୀ ସଂଘର ନେତୃତ୍ବ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ଲଢେଇରେ ନେତୃତ୍ବ ନେଇଥିଲେ। ଏହା ପରେ ଲଢେଇ ଚରମସୀମାରେ ପହଞ୍ଚିଥିଲା ଏବଂ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା । ଏହି ଲଢେଇରେ ସେ ଜେଲ ଦଣ୍ଡ ମଧ୍ୟ ଭୋଗିଛନ୍ତି।

ତେବେ ବର୍ତମାନ ସାଧାରଣ ଜୀବନରେ ଫେରିବା ପରେ ଲୋକଙ୍କ ଉନ୍ନତି କାର୍ଯ୍ୟ କରିବା ସହ ହିଂସା ରାସ୍ତାକୁ ଆଉ ଯିବେନି ବୋଲି କହିଥିଲେ । ସୂଚନାଥାଉକି ନାଚିକାଙ୍କ ଗୋଟିଚାଳନାରେ ତାଙ୍କର ଜଣେ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ନର୍ବାଚିତ ହୋଇଥିଲେ । କୋରାପୁଟ ୨୦୧୨ ଜିଲ୍ଲା ପରିଷଦ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details