ଓଡିଶା

odisha

ETV Bharat / state

କୋରାପୁଟରେ 'ମୋ ଭୋଟ ମୋ ଅଧିକାର' ଅଭିଯାନ

ଶିକ୍ଷିତ ଜନତାଙ୍କୁ ଓ ନୂତନ ଭାବେ ଭୋଟ ଦେଉଥିବା ଯୁବଗୋଷ୍ଠୀକୁ ମଧ୍ୟ ସଚେତନ କରିବା ପାଇଁ କୋରାପୁଟ ଜିଲ୍ଲାରେ ସୋମବାର ଦିନ 'ମୋ ଭୋଟ ମୋ ଅଧିକାର' ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ହୋଇଯାଇଛି।

By

Published : Apr 2, 2019, 3:48 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଶିକ୍ଷିତ ଜନତାଙ୍କୁ ଓ ନୂତନ ଭାବେ ଭୋଟ ଦେଉଥିବା ଯୁବଗୋଷ୍ଠୀକୁ ମଧ୍ୟ ସଚେତନ କରିବା ପାଇଁ କୋରାପୁଟ ଜିଲ୍ଲାରେ ସୋମବାର ଦିନ 'ମୋ ଭୋଟ ମୋ ଅଧିକାର' ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ଭଳି ଏକ ସଭ୍ୟ ଶିକ୍ଷିତ ସମାଜରେ ଗତଥର ବହୁତ କମ ଭୋଟ ଦିଆଯାଇଥିବା ସୂଚନା ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ତେବେ ଏହି କାରଣରୁ ରାଜ୍ୟବ୍ୟାପୀ ଏହିପରି ଏକ ସଚେତନତା ଅଭିଯାନ କରିବାର ଆବଶ୍ୟକତାକୁ ଅନୁଭବ କରାଯାଇଥିଲା ବୋଲି 'ୟେସ ଉଇ କ୍ୟାନ' ର ପ୍ରତିଷ୍ଠାତା ଜଣାଇଛନ୍ତି। ବଲାଙ୍ଗୀର ଓ ବ୍ରହ୍ମପୁର ପରେ କୋରାପୁଟ ଜିଲ୍ଲାରେ ଏହାର ଶୁଭାରମ୍ଭ କରାଯାଇଛି।

ଆସନ୍ତା ଦିନ ମାନଙ୍କରେ ଆହୁରି ସାତଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସେ ଜଣାଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details