କୋରାପୁଟ: ସହପାଠୀ ଉପରେ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଥିବା ଫେରାର ନାବାଳକର ଆତ୍ମସମର୍ପଣ । ଗତ କିଛିଦିନ ପୂର୍ବେ ସେମିଳିଗୁଡାର ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ପଢ଼ୁଥିବା ସହପାଠୀ ନାବାଳିକା ଉପରେ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଥିଲା ଜଣେ ନାବାଳକ । ତେବେ ମଙ୍ଗଳବାର କୋରାପୁଟ ଏସଡିଜେଏମ କୋର୍ଟରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି ।
ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ ନାବାଳକ ଏକତରଫା ପ୍ରେମରେ ବିଫଳ ହେବା ପରେ ସେ ଏପରି କାଣ୍ଡ ଭିଆଇଥିଲେ । ନାବାଳକ ପୀଡିତାଙ୍କୁ ପ୍ରେମ ନିବେଦନ କରିଥିଲେ । ମାତ୍ର ପୀଡିତା ଜଣକ ମନା କରିବାରୁ ସେ ନାବାଳିକା ଉପରେ ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିଥିଲା ।