ଓଡିଶା

odisha

By

Published : Nov 25, 2019, 9:15 PM IST

ETV Bharat / state

ବେଆଇନ ଶ୍ରମିକ ଚାଲାଣ ବେଳେ ଶିଶୁ ଶ୍ରମିକ ଉଦ୍ଧାର

ଶ୍ରମିକ ଚାଲାଣ କରୁଥିବା ଆନ୍ଧ୍ରପ୍ରଦେଶର ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ଶ୍ରମିକ ଚାଲାଣ ବେଳେ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ: ବେଆଇନ ଶ୍ରମିକ ଚାଲାଣ ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର 18 ଜଣ ନାବାଳିକା ଓ 4 ଜଣ ପ୍ରାପ୍ତ ବୟସ୍କ ପୁରୁଷଙ୍କୁ ପଟ୍ଟାଙ୍ଗି ପୋଲିସ ଉଦ୍ଧାର କରିଛି । ଏହାସହ ଶ୍ରମିକ ଚାଲାଣ କରୁଥିବା ଆନ୍ଧ୍ରପ୍ରଦେଶର ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ ।

ବେଆଇନ ଶ୍ରମିକ ଚାଲାଣ ବେଳେ ଶିଶୁ ଶ୍ରମିକ ଉଦ୍ଧାର

ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଦୁଇଜଣ ଦଲାଲ ବି ସୁନ୍ଦର ରାଓ ଓ ପାର୍ବତୀ ଖରା ଦେଓପଟାଙ୍ଗି ପଞ୍ଚାୟତର ଚିଲିଗୁଡା ଗ୍ରାମର 12 ଜଣ ନାବାଳିକା(14ରୁ16ବର୍ଷୀୟ), 2 ଜଣ ପ୍ରାପ୍ତ ବୟସ୍କ ପୁରୁଷ, ପୁକାଲି ପଞ୍ଚାୟତର ଜଙ୍ଗରଡା ଗ୍ରାମର 6 ଜଣ ନାବାଳିକା(14ରୁ16ବର୍ଷହେବ) ଏବଂ ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କୁ ନେଇ ବେଆଇନ ଭାବରେ ଚାଲାଣ କରୁଥିଲେ ।

26 ନମ୍ବର ଜାତୀୟ ରାଜପଥର ପୁକାଲି ଛକଠାରେ ସାଲୁର ଯିବା ପାଇଁ ବସକୁ ଅପେକ୍ଷା କରୁଥିଲା । ଏନେଇ ଖବର ପାଇବା ପରେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details