ଓଡିଶା

odisha

କେନ୍ଦ୍ରମନ୍ତ୍ରୀଙ୍କ କୋରାପୁଟ ଗସ୍ତ, ଛାତ୍ରଛାତ୍ରୀଙ୍କ ସହ ବିଜ୍ଞାନ ସମ୍ବନ୍ଧରେ ଆଲୋଚନା

By

Published : Sep 20, 2019, 11:11 AM IST

କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଅବସରରେ ପଟ୍ଟାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କ ସହ ବିଜ୍ଞାନ ସମ୍ବନ୍ଧରେ କରିଥିଲେ ଆଲୋଚନା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଗତକାଲି କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ସେ ଏଠାକାର ପଟ୍ଟାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ତେବେ ସେଠାରୁ ବାହାରି ଆସୁଥିବା ସମୟରେ ବିଦ୍ୟାଳୟ ପରିସରରେ ପିଲାଙ୍କ ଗହଳି ଦେଖି ଅଟକି ଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପରେ ବିଜ୍ଞାନ ବାବଦରେ ପିଲାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଖୋଦ୍‌ ମନ୍ତ୍ରୀ ସେମାନଙ୍କ ସହ ବିଜ୍ଞାନ ବାବଦରେ ଆଲୋଚନା କରୁଥିବାରୁ ପିଲାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details