ଓଡିଶା

odisha

ବାଇକକୁ ଧକ୍କା ଦେଲା ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର, 2 ଗୁରୁତର

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ସହ ବାଇକ ଧକ୍କା । ବାଇକ ଚାଳକ ଗୁରୁତର । ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ..

By

Published : Feb 7, 2021, 7:02 PM IST

Published : Feb 7, 2021, 7:02 PM IST

handloom minister Padmini Dian car acciedent
ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

କୋରାପୁଟ:ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ସହ ବାଇକ ଧକ୍କା ହୋଇଛି । ବାଇକ ଚାଳକ ଗୁରୁତର ହୋଇଛନ୍ତି ।

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତର୍ଲା ନିକଟରେ ଏକ ପଲସର ଗାଡି ସହ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କା ହୋଇଛି । ମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗି ନଥିବା ବେଳେ ଗାଡି ଚାଳକ ଏବଂ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ ମେଡିକାଲ ରେ ପହଞ୍ଚିଛନ୍ତି। ସେପଟେ ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details