ଓଡିଶା

odisha

ETV Bharat / state

ମାଟ୍ରିକ ରେଜଲ୍ଟ: କୋରାପୁଟ ଜିଲ୍ଲାରେ ପାସ ହାର 71.74 %

30ଟି ଜିଲ୍ଲାର ତାଲିକାରେ ଅବିଭକ୍ତ କୋରାପୁଟ ଜିଲ୍ଲାର 4ଟି ଶେଷ 4ଟି ସ୍ଥାନ ଅକ୍ତିଆର କରିଥିବା ବେଳେ କୋରାପୁଟ ଜିଲ୍ଲାର 71.74 % ପାସ ହାର ରହିଛି ।

matric-result-koraput-district-pass-rate-71-dot-74-percent
ମାଟ୍ରିକ ରେଜଲ୍ଟ: କୋରାପୁଟ ଜିଲ୍ଲାରେ ପାସ ହାର 71.74 %

By

Published : Jul 29, 2020, 6:09 PM IST

କୋରାପୁଟ: ଆଜି(ବୁଧବାର) ଓଡିଶା ମାଧ୍ୟମିକ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ବାହାରିଲା । 30ଟି ଜିଲ୍ଲାର ତାଲିକାରେ ଅବିଭକ୍ତ କୋରାପୁଟ ଜିଲ୍ଲାର 4ଟି ଶେଷ 4ଟି ସ୍ଥାନ ଅକ୍ତିଆର କରିଥିବାବେଳେ କୋରାପୁଟ ଜିଲ୍ଲାର 71.74 % ପାସ ହାର ରହିଛି ।

ମାଟ୍ରିକ ରେଜଲ୍ଟ: କୋରାପୁଟ ଜିଲ୍ଲାରେ ପାସ ହାର 71.74 %

ଚଳିତ ବର୍ଷ 262ଟି ବିଦ୍ୟାଳୟର ସମୁଦାୟ 12,607 ଜଣ ଛାତ୍ରଛାତ୍ରୀ 62ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲାବେଳେ ସେମାନଙ୍କ ମଧ୍ୟରୁ 9044 ଜଣ କୃତକାର୍ଯ୍ୟ ହୋଇପାରିଛନ୍ତି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ ଜଣାଇଛନ୍ତି । ସରକାରଙ୍କ ପ୍ରତିବନ୍ଧକ ଥିବା କହି କ୍ୟାମେରା ସାମନାରେ କିଛି କହିବାକୁ ମନା କରି ଦେଇଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ।

କୋରାପୁଟରୁ ସିଏଚ ଶାନ୍ତାକାର. ଇଟିଭି ଭାରତ

ABOUT THE AUTHOR

...view details