ଓଡିଶା

odisha

ETV Bharat / state

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ

ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଁଗାଁ ଗ୍ରାମପଞ୍ଚାୟତର ପର୍ଯ୍ୟଟନ ସ୍ଥଳୀ ଗଲିଗବଦର ଜଳପ୍ରପାତରେ ଅଘଟଣ । କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର 20 ବର୍ଷୀୟ ଯୁବକ ଦେବଜ୍ୟୋତି ରାଉତଙ୍କ ମୃତ୍ୟୁ । ଅଧିକ ଖବର ପଢନ୍ତୁ...

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ
ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ

By

Published : Dec 25, 2019, 11:28 PM IST

କୋରାପୁଟ: ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଁଗାଁ ଗ୍ରାମପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ଗଲିଗବଦର ଜଳପ୍ରପାତରେ ଅଘଟଣ। କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର 20 ବର୍ଷୀୟ ଯୁବକ ଦେବଜ୍ୟୋତି ରାଉତଙ୍କ ମୃତ୍ୟୁ ।

ଜଳପ୍ରପାତରେ ଗୋଡଖସି ଯୁବକଙ୍କ ମୃତ୍ୟୁ
ସେ ତାଙ୍କ ସାଙ୍ଗସାଥୀଙ୍କ ସହ ଏହି ଜଳପ୍ରପାତକୁ ଯାଇଥିବା ସମୟରେ ଜଳପ୍ରପାତରେ ଗୋଡ଼ ଖସି ତଳକୁ ଚାଲି ଯାଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ।

ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ କୋରାପୁଟ ଡ଼ିଏଭି ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details