କୋରାପୁଟ: ବୁଧବାର ପବିତ୍ର ମକର ସଂକ୍ରାନ୍ତି । ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀମନ୍ଦିରରେ ଅରୁଆ ଚାଉଳ ଓ ଅନ୍ୟାନ୍ୟ ଉପାଦାନକୁ ମିଶାଇ ସ୍ଵାଦିଷ୍ଟ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଏହିପରି ଭାବେ ପ୍ରସ୍ତୁତ ମକର ଚାଉଳକୁ ନେଇ ମନ୍ଦିର ପରିକ୍ରମା କରିଥିଲେ ଭକ୍ତ।
ଶାବର ଶ୍ରୀକ୍ଷେତ୍ରରେ ମକର ଚାଉଳ ଓ ପହଲି ଭୋଗ ଖାଇ ମକର ଉତ୍ସବ ପାଳନ ମା’ ମଙ୍ଗଳାଙ୍କ ଆଜ୍ଞା ମାଳ ମିଳିବା ପରେ ଏହି ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ ହୋଇଛି ମକର ସଂକ୍ରାନ୍ତି ।
ତେବେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ମନ୍ଦିରରେ ଉପଲବ୍ଧ ହେଉଥିଲା ପହଲି ଭୋଗ । ଆଉ ବୁଧବାର ଏହି ପହିଲି ଭୋଗର ଶେଷ ଦିନ ହୋଇଥିବା ଯୋଗୁଁ ଭକ୍ତଗଣ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ଏହି ସ୍ବତନ୍ତ୍ର ପ୍ରସାଦ ସେବନ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ। ଯେଉଁ କାରଣରୁ ଏଠାର ଅନେକ ମାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ