ଓଡିଶା

odisha

ETV Bharat / state

ଗାଲାଗୁଡାର ମହିଳା ପାଳିଲେ ମାଇଜି ପରବ

କୋରାପୁଟର ପଟ୍ଟାଙ୍ଗୀ ବ୍ଲକର ଗାଲାଗୁଡାର ଆଦିବାସୀ ମହିଳାମାନେ ଆଜିର ଦିନରେ ମାଇଜି (ମହିଳା) ପରବ ଭାବେ ପାଳନ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Mar 8, 2022, 11:01 PM IST

ଗାଲାଗୁଡ଼ାର ମହିଳା ପାଳିଲେ ମାଇଜି ପରବ
ଗାଲାଗୁଡ଼ାର ମହିଳା ପାଳିଲେ ମାଇଜି ପରବ

କୋରାପୁଟ:ସାରା ବିଶ୍ଵରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ସେହି ସମୟରେ କୋରାପୁଟର ପଟ୍ଟାଙ୍ଗୀ ବ୍ଲକର ଗାଲାଗୁଡାର ଆଦିବାସୀ ମହିଳାମାନେ ଆଜିର ଦିନରେ ମାଇଜି (ମହିଳା) ପରବ ଭାବେ ପାଳନ କରିଛନ୍ତି । ଗତକିଛି ବର୍ଷ ମଧ୍ୟରେ ଅଦାରେ ଆଚାର, ସସ୍‌ ଓ ସୁଣ୍ଠୀ ଠାରୁ ଆରମ୍ଭ କରି ଅଦା କେଣ୍ଡି ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ତିଆରି କରି ରାଜ୍ୟ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏଥିରେ ସହଯୋଗ କରିଥିବା ସଂସ୍ଥାକୁ ଧନ୍ୟବାଦ ଦେବାକୁ ଆଜିର ଦିନକୁ ମାଇଜୀ ପରବ ଭାବରେ ପାଳନ କରାଯାଉଛି ।

ଗାଲାଗୁଡ଼ାର ମହିଳା ପାଳିଲେ ମାଇଜି ପରବ

ପଟ୍ଟାଙ୍ଗୀ ଆଦକୁ ଜାତୀୟସ୍ତରରେ ପରିଚିତ କରାଇବା ପାଇଁ ସଖା ଫାଉଣ୍ଡେସନ, ନାଲକୋ ଫାଉଣ୍ଡେସନ ଓ ଓରମାସର ସହଯୋଗ ରହିଛି । ଯାହାଦ୍ବାରା ଗାଁର ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ସଂସ୍ଥା ଗୁଡ଼ିକର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିଥାଆନ୍ତି । ସେମାନଙ୍କ ଉପସ୍ଥିତିରେ ନାଚ, ଗୀତ, ଖେଳକୁଦ କରି ସେମାନଙ୍କ ପାରମ୍ପରିକ ପର୍ବ ପାଳନର ଧାରାରେ ଆଜିର ଦିନଟିକୁ ପାଳନ କରିଛନ୍ତି । ଗାଲାଗୁଡ଼ା ସମେତ ଆଖପାଖର ପ୍ରାୟ ୭ଟି ଗ୍ରାମର ମହିଳା ସେମାନଙ୍କ ପରିବାର ବର୍ଗ ସହ ଆସି ବିଭିନ୍ନ ଖେଳ ଖେଳିବା ମାଧ୍ୟମରେ ପରିସରକୁ ଉତ୍ସବମୁଖର କରିଛନ୍ତି ।

ଗାଲାଗୁଡ଼ାର ସଫଳତା ଅନ୍ୟାନ୍ୟ ଗ୍ରାମବାସୀଙ୍କୁ ପ୍ରେରଣା ଯୋଗାଇଛି । ଆଜିର ଉତ୍ସବ ଅଞ୍ଚଳବାସୀଙ୍କୁ ଏକତ୍ରିତ କରି ବିକାଶର ଧାରାରେ ସାମିଲ କରାଇପାରିଛି । ଆଜି ସଫଳତାର ମାର୍ଗରେ ଆଗକୁ ଯାଉଥିବା ଗ୍ରାମୀଣ ଆଦିବାସୀ ମହିଳାଙ୍କ ନିମନ୍ତ୍ରଣ ପାଇ ସଂସ୍ଥାର ପଦାଧିକାରୀମାନେ ଖୁସି ଜାହିର କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details