ଓଡିଶା

odisha

ETV Bharat / state

ମହାରାଜ ରାଜର୍ଶୀ ବିକ୍ରମଦେବ ବର୍ମାଙ୍କ ଜୟନ୍ତୀ ଅବସରରେ ସାହିତ୍ୟ ସଭା - celebration

ଜୟପୁର ଜମିଦାରୀର ମହାରାଜ ରାଜର୍ଶୀ ବିକ୍ରମ ଦେବ ବର୍ମାଙ୍କ 152ତମ ଜୟନ୍ତୀ ଉତ୍ସବରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇ ସ୍ମୃତିଚାରଣ କରାଯାଇଛି ।

ଡିଜାଇନ ଫଟୋ

By

Published : Jun 29, 2019, 3:00 PM IST

କୋରାପୁଟ: ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜୟପୁର ଜମିଦାରୀର ମହାରାଜ ରାଜର୍ଶୀ ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ଉତ୍ସବରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇ ସ୍ମୃତିଚାରଣ କରାଯାଇଛି । ପ୍ରତିବର୍ଷ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିକ୍ରମଦେବଙ୍କ ଜୟନ୍ତୀ ଉତ୍ସବରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଉଥିବା କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ରାଜର୍ଶୀ ବିକ୍ରମ ଦେବ ବର୍ମାଙ୍କ ସ୍ମୃତି ସୁରକ୍ଷା ଜୟପୁର ସହରରେ ଅବହେଳିତ ହୋଇ ପଡିଥିବା ତାଙ୍କ ସମାଧି ସ୍ଥଳ ରାଜ ଶ୍ମଶାନର ସ୍ଥିତି ଭଳି ଆନ୍ତରିକତାର ସ୍ପର୍ଶକୁ ହରାଇ ବସିଛି । ଓଡ଼ିଆ, ତେଲୁଗୁ, କନ୍ନଡ, ସଂସ୍କୃତ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ନିଜ କଲମ ମୁନରେ ସାହିତ୍ୟ ସୃଷ୍ଟି କରିବା ସହିତ ସାହିତ୍ୟକୁ ପ୍ରୋତ୍ସାହନ ଯୋଗାଇବାର ଅନନ୍ୟ ସାଧନାର ଫଳସ୍ୱରୂପ ରାଜର୍ଶୀ ସମ୍ମାନରେ ଭୂଷିତ ହୋଇଥିଲେ ବିକ୍ରମଦେବ ବର୍ମା । ୧୯୩୧ ମସିହାରୁ ୧୯୫୧ ମସିହା ପର୍ଯ୍ୟନ୍ତ ଜୟପୁର ରାଜ ସିଂହାସନରେ ବସି ଏହି ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳ ଯୋଗାଣ ଦିଗରେ ବିକ୍ରମଦେବ ବର୍ମା ଅଭୂତପୂର୍ବ କାର୍ଯ୍ୟ କରିଥିଲେ । ଏନେଇ ଜୟପୁରର ବିଶିଷ୍ଟ ଗବେଷକ ଓ ବିକ୍ରମଦେବ ବର୍ମାଙ୍କ ବିଷୟରେ ପୁସ୍ତକ ରଚନା କରି ପ୍ରଶଂସିତ ହୋଇଥିବା ପରେଶ ରଥ ଶୁକ୍ରବାର ବିକ୍ରମଦେବ ବର୍ମାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଈଟିଭି ଭାରତ ସହ କଥାବାର୍ତ୍ତା ହେବା ସମୟରେ ରାଜର୍ଶୀଙ୍କ ସ୍ମୃତିଚାରଣ କରି ନିଜ ମତ ରଖିଛନ୍ତି ।

ତତ୍‌କାଳୀନ ମାଡ୍ରାସ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ବିକ୍ରମଦେବଙ୍କ ରଚିତ ବିଭିନ୍ନ ବିଷୟ ସ୍ଥାନ ପାଇଥିଲା । କିନ୍ତୁ ଆଜି ଓଡ଼ିଶାର ପାଠ୍ୟପୁସ୍ତକ ଗୁଡିକରେ ମହାରାଜଙ୍କ ରଚନା କିମ୍ବା ତାଙ୍କ ବିଷୟରେ ରଚନାର ଅଭାବ ରହିଥିବା ଯୋଗୁଁ ଧୀରେଧୀରେ ଯୁବମାନସରେ ମହାରାଜ ବିକ୍ରମ ଦେବ ବର୍ମା ଏକ ବିସ୍ମୃତ ଇତିହାସର ରୂପ ନେବାରେ ଲାଗିଥିବା ଶ୍ରୀ ରଥ କ୍ଷୋଭ ପ୍ରକାଶ କରିଛନ୍ତି ।

କୋରାପୁଟ ଆଦିବାସୀ ସଂଗ୍ରହାଳୟର ବରିଷ୍ଠ ଗବେଷକ ଉମାକାନ୍ତ ଦାସଙ୍କ କହିବା ଅନୁଯାୟୀ ମହାରାଜାଙ୍କ ରାଜୁତି ସମୟରେ ଓଡ଼ିଶାର ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ସମେତ ଆନ୍ଧ୍ରର ଅନେକ ଭାଗରେ ଅବସ୍ଥାନ କରୁଥିବା ଛାତ୍ରଛାତ୍ରୀ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ପ୍ରାଥମିକତା ଦେଇଥିବା ଯୋଗୁଁ ସେ ସେହି ବିଶ୍ବବିଦ୍ୟାଳୟକୁ ବହୁ ପରିମାଣରେ ଆର୍ଥିକ ସହଯୋଗ କରିଥିଲେ । ଏଥିରୁ ମହାରାଜଙ୍କ ଏହି ଅଂଚଳର ଶିକ୍ଷା ପ୍ରତି ଥିବା ସମ୍ବେଦନଶୀଳତା ଜଣାପଡେ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details