ଓଡିଶା

odisha

ETV Bharat / state

ଆଦର୍ଶ ଲୋକକଳା ଗାଁର ମାନ୍ୟତା ପାଇଲା ‘ଖଜୁରିପୁଟ’ - ଜିଲ୍ଲା ସଂସ୍କୃତି ଅଧିକାରୀ

ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପାଇଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଖଜୁରିପୁଟ ଗାଁ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏହି ଗ୍ରାମକୁ ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

By

Published : Oct 2, 2019, 9:13 PM IST

Updated : Oct 3, 2019, 3:50 PM IST

କୋରାପୁଟ: ପାହାଡ଼ର ପାଦଦେଶର କୋରାପୁଟର ଛୋଟ ଗାଁ ଖଜୁରିପୁଟ । ସଞ୍ଜ ନଇଁ ଆସିଲେ ଆଦିବାସୀ ରମଣୀ ଗୁଣୁଗୁଣୁ ହୋଇ ଗୀତ ଗାଏ ଆଉ ତା ଗୀତକୁ ଗାଁ ମୁଣ୍ଡରୁ ଶୁଣିଆସୁଥିବା କ୍ଳାନ୍ତ ଯୁବକ ନିଜ କାନ୍ଧରୁ କୋଦାଳଟିକୁ ଓହ୍ଲାଇ ଦେଇ ତା ସୁରରେ ସୁର ମିଶାଇଦେବାକୁ ଭଲପାଏ । ଗାଁରେ ଅନ୍ଧାର ଯେତେ ବଢି ବଢି ଚାଲେ ଗାଁର ଯୁବକ ଯୁବତୀ ସେତିକି ମାତ୍ରାରେ ଏକାଠି ହୋଇଯାଆନ୍ତି ସାଥି ହୋଇ ନାଚି ଉଠିବାକୁ ।

ଆଦର୍ଶ ଲୋକକଳା ଗାଁର ମାନ୍ୟତା ପାଇଲା ‘ଖଜୁରିପୁଟ’

କେଉଁ ଅନାଦି କାଳରୁ ଚାଲିଆସିଥିବା ଏହି ପରମ୍ପରା ଓ ପାରମ୍ପରିକ ନୃତ୍ୟକୁ ବଞ୍ଚାଇ ରଖିବାର ପ୍ରୟାସ ଫଳରେ ଏହି ଗାଁର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଦିବାସୀ ନାଚଗୀତକୁ ଆପଣାର କରିନେଇଛନ୍ତି । ପାରମ୍ପରିକ ବାଦ୍ୟର ତାଳେ ତାଳେ ସାମୁହିକ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟର ପ୍ରଦର୍ଶନ ବଳରେ ଏହି ଗ୍ରାମର ନୃତ୍ୟ ଦଳ ଅନେକ ଥର ରାଜ୍ୟ ଓ ରାଜ୍ୟ ବାହାରକୁ ନିମନ୍ତ୍ରିତ ହୋଇଯାଇଛନ୍ତି । ସେମାନେ କଳା ନୌପୁଣ୍ୟତାର ପ୍ରଦର୍ଶନ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି ।

ଖଜୁରିପୁଟର ଏହି ଅନନ୍ୟ ପରମ୍ପରାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ଗ୍ରାମକୁ ଆଦର୍ଶ ଲୋକକଳା ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଗ୍ରାମର କଳାକାରଙ୍କ ଅବଦାନକୁ ପ୍ରଶଂସା କରି ଗ୍ରାମକୁ କଳାଗ୍ରାମ ଭାବେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ଏହି ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପାରମ୍ପରିକ କଳା ଓ ସଂସ୍କୃତିର ପ୍ରୋତ୍ସାହନ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସୂଚନା ଦେଇଛନ୍ତି । ଏହି ଗାଁରୁ ବାହାରି ଜାତୀୟ ପାରମ୍ପରିକ କଳା ଜଗତରେ ନାଁ କରିଥିବା ଜଗବନ୍ଧୁ ଦିଶାରୀ ସରକାରଙ୍କ ଏହି ଘୋଷଣାକୁ ନେଇ ଆଶାବାଦୀ ଅଛନ୍ତି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Last Updated : Oct 3, 2019, 3:50 PM IST

ABOUT THE AUTHOR

...view details