ଓଡିଶା

odisha

ETV Bharat / state

ପଡିଆରେ ବନ୍ଦୀ ମୀନା ବଜାର ବେପାରୀ, ଲକଡାଉନ ବାନ୍ଧିଛି ବେରୋଜଗାର ଶିକୁଳି - କୋରାପୁଟରେ ଲକଡାଉନ

ଗୋଟିଏ ପଟେ ସାରା ବିଶ୍ବକୁ କୋରୋନା ଗ୍ରାସ କରି ଚାଲିଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲାରେ ଖୋଲିଥିଲା ମୀନା ବଜାର ସହ ଭଳିକି ଭଳି ଦୋଳିର ପସରା । ଜିଲ୍ଲାବାସୀଙ୍କ ମନୋରଞ୍ଜନ ପାଇଁ ସ୍ଥାନୀୟ ହକି ପଡିଆରେ ହୋଇଥିଲା ସମସ୍ତ ବ୍ୟବସ୍ଥା । ପ୍ରତିବଦଳରେ ଦୁଇ ପଇସା ରୋଜଗାର କରି ଜୀବିକା ନିର୍ବାହର ଆଶା ବାନ୍ଧିଥିଲେ ରାଜ୍ୟ ତଥା ପଶ୍ଚିମବଙ୍ଗ, ତ୍ରିପୁରା ଓ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ଦୋକାନୀ ।

meena bazar in koraput, koraput latest news, lockdown in koraput, corona in koraput, କୋରାପୁଟର ମୀନା ବଜାର, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟରେ ଲକଡାଉନ, କୋରାପୁଟରେ କୋରୋନା
ପଡିଆରେ ବନ୍ଦୀ ମୀନା ବଜାର ବେପାରୀ, ଲକଡାଉନ ବାନ୍ଧିଛି ବେରୋଜଗାର ଶିକୁଳି

By

Published : May 8, 2020, 8:48 PM IST

କୋରାପୁଟ: ଗୋଟିଏ ପଟେ କୋରୋନା ସାରା ବିଶ୍ବକୁ ଗ୍ରାସ କରିଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲାରେ ଚାଲିଥିଲା ମୀନା ବଜାରର ପ୍ରସ୍ତୁତି । ଭଳିକି ଭଳି ଦୋକାନ ସହ ସ୍ଥାନୀୟ ହକି ପଡିଆରେ ଲାଗିଥିଲା ଛୋଟ ବଡ ନାନା ରକମର ଦୋଳିର ପସରା । ହେଲେ ଦୁଃଖର ବିଷୟ କି କୋରୋନା ସଂକ୍ରମଣ ଖବର ଜାଣିବା ପରେ ଜିଲ୍ଲା ପ୍ରଶାସନ ଏହି ମୀନା ବଜାର ଆୟୋଜନକୁ ଶୁଣାଇଥିଲା ନାସ୍ତି ବାଣୀ । ଆଉ ମାତ୍ର ଦୁଇ ଦିନ ଧରି ଖୋଲିଥିବା ମୀନା ବଜାର ଓ ଦୋଳିରେ ଲାଗିଥିଲା ବେରୋଜଗାରର ଶିକୁଳି ।

ପଡିଆରେ ବନ୍ଦୀ ମୀନା ବଜାର ବେପାରୀ, ଲକଡାଉନ ବାନ୍ଧିଛି ବେରୋଜଗାର ଶିକୁଳି

କେବଳ ରାଜ୍ୟ ନୁହେଁ ବରଂ ପଶ୍ଚିମବଙ୍ଗ, ତ୍ରିପୁରା ଓ ଅନ୍ୟାନ୍ୟ ରାଜ୍ୟରୁ ଏଠାକୁ ଆସିଥିଲେ ଅନେକ ଦୋକାନୀ ଓ ୟୁନିଟ ମେମ୍ବର । ଆଶା ଥିଲା କିଛି ଦିନ ପରେ ପରିସ୍ଥିତି ସୁଧୁରିବ । ଦୋକାନ ବଜାର ଖୋଲିବା ସହ ଦୋଳି ଚଲାଇ ଦୁଇ ପଇସା ରୋଜଗାର କରିବେ । ହେଲେ କିଛି ଦିନ ପରେ ଘୋଷଣା ହୋଇଥିବା ଦେଶବ୍ୟାପୀ ଲକଡାଉନ ପାଇଁ ଧୂଳିସାତ ହୋଇଥିଲା ଏମାନଙ୍କର ଏହି ଆଶା । ସେହିଦିନଠାରୁ ବକି ପଡିଆରେ ବନ୍ଦୀ ପାଲଟିଥିଲେ ଏହି ବ୍ୟବସାୟୀ ।

ବ୍ୟବସାୟ ଠପ ହେବାରୁ ଦିନକୁ ଦୁଇ ଓଳି ଖାଇବାକୁ ହେଲେ ଏମାନଙ୍କୁ ଜିଲ୍ଲା ପ୍ରଶାସନ ଉପରେ ନିର୍ଭର କରିବାକୁ ପଡେ । ସେପଟେ ଦୈନିକ 25 ହଜାର ଟଙ୍କା ହିସାବରେ ଏଯାବତ ଏମାନେ 2ରୁ3 ଲକ୍ଷ ଟଙ୍କାର କ୍ଷତି ସହିଥିବା ପ୍ରକାଶ କରିଛନ୍ତି । ତେଣେ ବେରୋଜଗାର ଓ ଘର ପରିବାରଠାରୁ ଦୂରରେ ଥାଇ ହକି ପଡିଆରେ ଚେସ, କ୍ୟାରମ ଓ କ୍ରିକେଟ ଖେଳି ବିତୁଛି ଏମାନଙ୍କ ଦିନ ।

ଆର୍ଥିକ ଭାବେ ନଷ୍ଟ ଓ ପରିବାରଠାରୁ ଦୂରରେ ରହିବାର କଷ୍ଟ କେବେ ଯେ ଦୂର ହେବ ସେହି ସମୟକୁ ଅପେକ୍ଷା କରିବା ହିଁ ମୀନାବଜାରର ଏହି ସାଥୀମାନଙ୍କ ପାଇଁ ପାଲଟିଛି ଜୀବନର ଧାରା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details