କୋରୋପୁଟ: ଲକ ଡାଉନରେ ଦେଶ । ଏହାର ପ୍ରଭାବରେ କେବଳ ଯେ, ଲୋକେ ହନ୍ତସନ୍ତ ତା ନୁହେଁ, ବନ୍ୟ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । ତାଲା ବନ୍ଦ ଯୋଗୁ ରାସ୍ତା ଘାଟ ଶୂନଶାନ ହୋଇପଡିଛି, ଜନ ଗହଳି ସ୍ଥାନରେ ନିରବତା ରାଜ କରୁଛି । ଫଳରେ ମଣିଷଙ୍କ ଉପରେ ନିର୍ଭର କରୁଥିବା କିଛି ପଶୁପକ୍ଷୀଙ୍କ ସୁରକ୍ଷା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।
କୋରାପୁଟରୁ ଜୟପୁର ମଧ୍ୟରେ ଥିବା 5 କିଲୋମିଟରର ଘାଟି ଯେତିକି ମନୋରମ ସେତିକି ଘଟଣାପୂର୍ଣ୍ଣ । ବିଶେଷ କରି ସକାଳ ପାହିଲେ ରାସ୍ତା କଡରେ ମଣିଷମାନଙ୍କ ଆସିବା ବାଟରେ ରାସ୍ତା କଡରେ ଅପେକ୍ଷା କରିଥିବା ମାଙ୍କଡଙ୍କ ଦୃଶ୍ୟ । ହେଲେ ଏ ଦୃଶ୍ୟ ଆଉ ଦେଖିବାକୁ ମିଳୁନି । କାଁ ଭା କେତେବେଳେ କେମିତି ଖାଦ୍ୟ ଅନ୍ବେଷଣ ଚାଲି ଆସୁଛନ୍ତି ମାଙ୍କଡ । ହେଲେ ଆଗ ପରି ଆଉ କେହି ହାତ ବଢେଇ କଦଳୀ, ବିସ୍କୁଟ କି ପାଣି ଧରେଇ ଦେଉ ନାହିଁନ୍ତି । କାରଣ କୋଭିଡ-29ର ମୁକାବିଲା ପାଇଁ ଲକ ଡାଉନ ଘୋଷଣା କାରଯାଇଛି । ଫଳରେ କେହି ଘରୁ ବାହାରୁନଥିବାବେଳେ, ଧୀରେ ଧୀରେ ମାଙ୍କଡମାନେ ଆସିବା ମଧ୍ୟ କମ କରିଦେଲେଣି ।