ଓଡିଶା

odisha

By

Published : Aug 18, 2021, 10:44 PM IST

ETV Bharat / state

ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଚଳବାସୀଙ୍କ ବିରୋଧ

ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଲକୋ ବକ୍ସାଇଟ ଖଣି ଖନନ ସହ ବ୍ୟକ୍ତିଗତ ଅଧିକାର, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଗୋଷ୍ଠୀଗତ ଅଧିକାରର ସଫଳ ଆଲୋଚନା ପ୍ରଶାସନ ପକ୍ଷରୁ ଡକାଯାଇଥିବାବେଳେ ଗ୍ରାମବାସୀ ଏହାର ଦୃଢ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଛଳବାସୀଙ୍କ ବିରୋଧ
ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଛଳବାସୀଙ୍କ ବିରୋଧ

କୋରାପୁଟ:ପଟ୍ଟାଙ୍ଗି ବ୍ଲକରେ ଥିବା ସେରୁବନ୍ଧ ପର୍ବତରୁ ନାଲକୋର ବକ୍ସାଇଟ ଖଣି ଖନନ ନିମନ୍ତେ ଚାଲିଥିବା ପ୍ରୟାସରେ ଲାଗିଛି ଶକ୍ତ ଧକ୍କା । ଆଜି(ବୁଧବାର) ଏହି ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ଦ୍ବାରା ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ -2006 ଅନୁଯାୟୀ ମାଲକାରବନ୍ଧ , ସିପାଇପୁଟ, ଏରସାନ୍ତାଗୁଡା , କାଟ୍ରାଗୁଡା, ପଟ୍ଟାଙ୍ଗି, ଶୀଷାଗୁଡା , ମେଡମଗାନ୍ଧୀ, ଥୁରିଆ ଓ କରଞ୍ଜଗୁଡା ଗ୍ରାମରେ ଏକସଙ୍ଗେ ପଲ୍ଲିସଭା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଛଳବାସୀଙ୍କ ବିରୋଧ

ତେବେ ଉକ୍ତ ସଭାରେ ଗ୍ରାମବାସୀଙ୍କ ସହ ବ୍ୟକ୍ତିଗତ ଅଧିକାର, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଗୋଷ୍ଠୀଗତ ଅଧିକାର ଓ ଗୋଷ୍ଠୀ ସମ୍ବଳ ଅଧିକାର ସମ୍ପର୍କରେ ଆଲୋଚନା ହେବ ବୋଲି ସେହି ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ହେଲେ ଏହି ପଲ୍ଲୀସଭାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଯୋଜନା କରାଯାଇଥିଲେ ହେଁ ଏହି ଗାଁ ଗୁଡିକରେ ଗ୍ରାମବାସୀଙ୍କ ତରଫରୁ ପ୍ରବଳ ବିରୋଧ ହେବା ଯୋଗୁଁ ପ୍ରଶାସନ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି ।

ତେବେ ଏ ସଂକ୍ରାନ୍ତରେ ଜିଲ୍ଲାଧିକାରୀଙ୍କର କୌଣସି ମତାମତ ମିଳିପାରିନାହିଁ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details