ଓଡିଶା

odisha

ETV Bharat / state

ରାଜନୈତିକ ବୟାନବାଜି ପରେ ଓଡିଶା–ଆନ୍ଧ୍ର ସୀମାରେ ବଢିଲା ତାତି - ଓଡିଶା –ଆନ୍ଧ୍ର ସୀମା ଅଶାନ୍ତ

କୋଟିଆ ଅଞ୍ଚଳର 21 ଟି ଗ୍ରାମ ଉପରେ ଅଧିକାରକୁ ନେଇ ଦୀର୍ଘ ଦିନ ଧରି ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଇନଗତ ଲଢେଇ ଚାଲିଛି । ଗତ କିଛିଦିନ ଧରି ଉଭୟ ରାଜ୍ୟର ରାଜନୈତିକ ନେତୃବୃନ୍ଦଙ୍କ ପରସ୍ପରକୁ ଆକ୍ଷେପ କରି ବୟାନବାଜି ଜୋର ଧରିଛି । ଅଧିକ ପଢନ୍ତୁ...

Kotia issue Both side political leader reaction
ରାଜନୈତିକ ବୟାନବାଜିରୁ ଓଡିଶା –ଆନ୍ଧ୍ର ସୀମା ଅଶାନ୍ତ ହୋଇଉଠିବା ଆଶଙ୍କା

By

Published : Aug 10, 2021, 10:05 PM IST

କୋରାପୁଟ: ଜିଲ୍ଲାର କୋଟିଆ ଅଞ୍ଚଳର 21 ଟି ଗ୍ରାମ ଉପରେ ଅଧିକାରକୁ ନେଇ ଦୀର୍ଘ ଦିନ ଧରି ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଇନଗତ ଲଢେଇ ଚାଲିଛି । ଗତ କିଛିଦିନ ଧରି ଉଭୟ ରାଜ୍ୟର ରାଜନୈତିକ ନେତୃବୃନ୍ଦଙ୍କ ପରସ୍ପରକୁ ଆକ୍ଷେପ କରି ବୟାନବାଜି ଜୋର ଧରିଛି । ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ଏବଂ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ନେରେଡିବାଲାସା ଠାରେ ଜଙ୍ଗଲ ଜମି ପଟ୍ଟା ବାଣ୍ଟିବା ଏବଂ ଅଞ୍ଚଳର ଗ୍ରାମବାସୀଙ୍କ ଭଲମନ୍ଦ କଥା ଆନ୍ଧ୍ର ସରକାର ବୁଝିବେ ବୋଲି କହିବା ଓଡିଶାରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା ।

ରାଜନୈତିକ ବୟାନବାଜିରୁ ଓଡିଶା –ଆନ୍ଧ୍ର ସୀମା ଅଶାନ୍ତ ହୋଇଉଠିବା ଆଶଙ୍କା

ଆନ୍ଧ୍ରପ୍ରଦେଶର ଏକ ପ୍ରମୁଖ ରାଜନୈତିକ ଦଳ ଜନସତ୍ତାର ସଭାପତି ଭିସେଟ୍ଟୀ ବାଵଜି ଓଡ଼ିଶାର କୋଟିଆ ପଂଚାୟତ ର ତଳ ଗଂଜେଇପଦର , ଉପର ଗଂଜେଇପଦର , କୋଟିଆ , ତଳସେମ୍ବୀ , ଉପର ସେମ୍ବି ଓ ନେରେଡିବାଲାସା ଗସ୍ତ କରି ଓଡିଶା ଉପରେ ବର୍ଷିଥିଲେ । ଏହି ଗ୍ରାମ ଗୁଡିକରେ ଲୋକଙ୍କ ସହିତ କଥାବାର୍ତା କରି ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଯୋଜନା ର ଉପଲବ୍ଧି ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ପଂଚାୟତର ସମସ୍ତ ଗ୍ରାମରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ସେ ଆନ୍ଧ୍ର ସରକାରଙ୍କ ପାଖରେ ଦାବି ଜଣାଇଥିଲେ । ଓଡିଶା ମାଟିରେ ଆସି ଓଡିଶା କୁ ଆକ୍ଷେପ କରିବା ଘଟଣାକୁ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢି ସହ୍ୟ କରିନପାରି କୋଟିଆ ଅଞ୍ଚଳକୁ ଅନଧିକାର ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ମାଡ ମରାଯିବ ବୋଲି ଚେତାବନୀ ଦେବା ପରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତୃବୃନ୍ଦ ଚିହିଁକି ଉଠିଥିଲେ ।

ଗତକାଲି ପାର୍ବତିପୁରମ ଠାରେ ସାଲୁର ବିଧାୟକ ରାଜନ ଦୋରା ଏକ ତାପରେ ସାଧାରଣ ସଭାରେ ପାଢିଙ୍କ ବିରୁଦ୍ଧରେ ଫଉଜଦାରି ମାମଲା ରୁଜ୍ଜୁ କରିବା ପାଇଁ ଦାବି କରିଥିବା ବେଳେ ବିଜୟନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜନସତ୍ତାର ସଭାପତି ଭିସେଟ୍ଟୀ ବାଵଜି ଆନ୍ଧ୍ରପ୍ରଦେଶ କୌଣସି ଧମକ ଚମକକୁ ବରଦାସ୍ତ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ କୋଟିଆ ମାଟିରେ ଓଡିଶାର ସମସ୍ତ ରାଜନୈତିକ ନେତୃବୃନ୍ଦ ମାଟି ପରେ ପାର୍ଟି ବୋଲି କହି କୋଟିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶପଥ ନେଇଥିଲେ ।

ବର୍ତମାନ ପୁଣିଥରେ ସର୍ବାଦଳୀୟ ବୈଠକ ଡାକି ସୀମା ସୁରକ୍ଷା ନିମନ୍ତେ ଆଗାମୀ ଦିନର ରଣନୀତି ସମ୍ପର୍କରେ ଆଲୋଚନା କରାଯିବ ବୋଲି କୋରାପୁଟ ଜିଲ୍ଲା ବିଜେଡିର ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଜଣାଇଛନ୍ତି । ଆନ୍ଧ୍ର ପ୍ରଦେଶର କେହି ଆସି ଓଡିଶା ମାଟିରେ ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କ ମଧ୍ୟରେ ଓଡିଶା ପ୍ରତି ବିରୋଧାଭାସ ସୃଷ୍ଟି କଲେ ତାକୁ ଦୃଢ ହସ୍ତରେ ପ୍ରତିରୋଧ କରାଯିବା ସହ ଓଡିଶାରେ ରହି ଆନ୍ଧ୍ରପ୍ରଦେଶ ପାଇଁ ଦଲାଲଗିରି କରୁଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବ ବୋଲି ପାଣିଗ୍ରାହୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ତେବେ ସୀମାର ଉଭୟପକ୍ଷରେ ରାଜନୈତିକ ନେତୃବୃନ୍ଦଙ୍କ ବୟାନବାଜିର ତାତିକୁ ଦେଖିଲେ ଗତ କିଛିଦିନ ପୂର୍ବେ ସୀମା ବିବାଦକୁ ନେଇ ଆସାମ ରେ ଦେଖାଯାଇଥିବା ହିଂସାତ୍ମକ ପରିସ୍ଥିତିର ପୁନରାବୃତି କୋଟିଆରେ ହେବା ର ଆଶଙ୍କା ଥିବା ଯୋଗୁଁ ଏଥି ପୂର୍ବରୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଦରକାର ବୋଲି କୋରାପୁଟ ବାର ଆସୋସିଏସନ ର ସଭାପତି ଅଜିତ ପାତ୍ର ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details