ଓଡିଶା

odisha

By

Published : May 4, 2020, 7:00 PM IST

ETV Bharat / state

ପକ୍ଷୀଙ୍କ ନୂଆ ଠିକଣା ପାଲଟିଛି କୋରାପୁଟର କଫି ବଗିଚା

କୋରାପୁଟର ରାସ୍ତାଘାଟ , ଗାଁଗଣ୍ଡା କୋରୋନା ଲକଡାଉନ ଯୋଗୁଁ ନିରବ ହୋଇଯାଇ ଥିବାବେଳେ ଘରଚଟିଆ ଠାରୁ ଆରମ୍ଭ କରି ଭଳିକି ଭଳି ସୁନ୍ଦର ଚଢେଇ ରାବ କରି ମନମୋହି ନେବାଥିବା ସହ ସେମାନଙ୍କ ସୁନ୍ଦର ଶବ୍ଦରେ ପ୍ରକୃତିକୁ ସଜ୍ଜିତ କରୁଛନ୍ତି ।

Koraput's coffee garden
ପକ୍ଷୀଙ୍କ ନୂଆ ଠିକଣା କୋରାପୁଟର କଫିବଗିଚା

କୋରାପୁଟ: ପ୍ରକୃତିର ସବୁଜିମାରେ ସଜେଇ ହୋଇଛି କୋଟାପୁଟ । ପ୍ରଦୂଷଣ ଓ ଗହଳିଚହଳି ଠୁ ଢେର ଦୂରରେ । ଏଭଳି ପ୍ରକୃତିର କୋଳରେ ଆହୁରି ଶୀତଳ ଦେଇଛି କୋରାପୁଟର କଫି ବଗିଚା । ଯାହା ଗ୍ରୀଷ୍ମ ପ୍ରବାହର ସୂର୍ଯ୍ୟଙ୍କ ରୌଦ୍ର ତାପ ମଧ୍ୟରେ ମଧ୍ୟ ଶୀତଳତା ଦେଇଛି । ଏଭଳି ପରିବେଶକୁ ଦେଖି ପକ୍ଷୀମାନେ ନିଜର ଅସ୍ଥାୟୀ ବାସସ୍ଥାନ ଭାବେ କୋରାପୁଟର କଫି ବଗିଚାକୁ ବାଛିଛନ୍ତି ।

ପକ୍ଷୀଙ୍କ ନୂଆ ଠିକଣା କୋରାପୁଟର କଫିବଗିଚା

ଡହଡହ ଖରାରେ ଜନଜୀବନ ଡହଳବିକଳ ହୋଇଉଠୁଥିବା ବେଳେ ପକ୍ଷୀଜଗତ ବା ବାଦ ପଡନ୍ତା କେମିତି । ବସନ୍ତ ପାହାଡ ପର୍ବତ ଜଙ୍ଗଲରେ ଅଧିକାଂଶ ଗଛରୁ ପତ୍ର ଝଡ଼ାଇ ଦେଇଛି। ଜଙ୍ଗଲର ମାଟିରେ ବି ସୂର୍ଯ୍ୟକିରଣର ସ୍ପର୍ଶ ଅନୁଭବ କରି ହେଉଛି । ତେଣୁ ଏପରି ଖୋଲାମେଲା ଜଙ୍ଗଲରୁ ବାହାରି ପକ୍ଷୀଜଗତ ଏକ ଘଞ୍ଚ ଝଙ୍କାଳିଆ ବୃକ୍ଷରାଜିର ଜଙ୍ଗଲର ସନ୍ଧାନରେ ବାହାରି ପଡିଛନ୍ତି ।

କୋରାପୁଟର ରାସ୍ତାଘାଟ, ଗାଁଗଣ୍ଡା କୋରୋନା ଲକଡାଉନ ଯୋଗୁଁ ନିରବି ଯାଇଥିବାବେଳେ ଘରଚଟିଆ ଠାରୁ ଆରମ୍ଭ କରି ଭଳିକି ଭଳି ସୁନ୍ଦର ଚଢେଇ ରାବ କରି ମନମୋହିବା ସହ ସେମାନଙ୍କ ସୁନ୍ଦର ରୂପରେ ପ୍ରକୃତିକୁ ସଜ୍ଜିତ କରୁଛନ୍ତି ।

ସେମାନଙ୍କ ଏହି ଅନ୍ବେଷଣର ପରିସମାପ୍ତି ଘଟୁଛି କୋରାପୁଟ ଜିଲ୍ଲାର ବିଭିନ୍ନ କଫି ବଗିଚାରେ । ଏହି ବଗିଚା ଗୁଡିକ ବର୍ଷତମାମ ପତ୍ରରେ ଭରି ରହୁଥିବା ଯୋଗୁଁ ଉଦୁଉଦିଆ ଖରାବେଳେ ମଧ୍ୟ ଥଣ୍ଡା ଅନୁଭୂତ ହେଉଥିବା କୋରାପୁଟ କଫି ବୋର୍ଡର ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।

ପ୍ରକୃତିର ଏହିପରି ଅନନ୍ୟ ବ୍ୟବସ୍ଥା ସାଙ୍ଗକୁ କୋରୋନା ଜନିତ ଲକଡାଉନରେ ଲୋକଙ୍କ ହସ୍ତକ୍ଷେପ ତଥା ଗହଳ ଚହଳର ଅଭାବ ଯୋଗୁଁ ପକ୍ଷୀମାନେ ଭୟଶୂନ୍ୟ ହୋଇ ବିଚରଣ କରୁଥିବା ପରିବେଶବିତ ମିହିର ଜେନା ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details