ଓଡିଶା

odisha

ETV Bharat / state

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ: ତୁଳସୀ କିର୍ଷାନୀ ନିର୍ଦ୍ବନ୍ଦରେ ନିର୍ବାଚିତ

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ତୁଳସୀ କିର୍ଷାନୀ ନିର୍ଦ୍ବନ୍ଦରେ ନିର୍ବାଚିତ । ଅଧ୍ୟକ୍ଷ ପଦବୀ ପାଇଁ କେବଳ ତୁଳସୀ ନାମାଙ୍କନ ପତ୍ର ଭରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି ।

By

Published : Jul 2, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ତୁଳସୀ କିର୍ଷାନୀ ନିଦ୍ବନ୍ଦରେ ନିର୍ବାଚିତ । ଅଧ୍ୟକ୍ଷ ପଦବୀ ପାଇଁ କେବଳ ତୁଳସୀ ନାମାଙ୍କନ ପତ୍ର ଭରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଭୁ ଜାନୀ ଲକ୍ଷ୍ମୀପୁରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦବୀଟି ଖାଲି ପଡିଥିଲା । ଫଳରେ ଆଜି(ମଙ୍ଗଳବାର) ଏହାର ଉପନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । 29ଟି ଜିଲ୍ଲା ପରିଷଦ ଆସନକୁ ନେଇ ଗଠିତ କୋରାପୁଟ ଜିଲ୍ଲାପରିଷଦରେ 24ଟିରେ ବିଜେଡି ବାଜିମାତ୍‌ କରିଥିଲା । ଫଳରେ ଅଧ୍ୟକ୍ଷ ପଦ ବିଜେଡିର ପ୍ରଭୁ ଜାନୀ ହାତେଇଥିଲେ ।

ଇତିମଧ୍ୟରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଡୁମୁରୀ ଖିଲଙ୍କ ଦେହାନ୍ତ ଓ ପ୍ରଭୁ ଜାନୀ ବିଧାୟକ ହୋଇଥିବାରୁ ଦୁଇଟି ଆସନ ଖାଲି ପଡିଛି । ତଥାପି ବିଜେଡି ପାଖରେ 22ଜଣ ସଦସ୍ୟ ରହିଥିବାରୁ ବିଜେଡି ହିଁ ସଭାପତି ପଦ ହାତେଇବ ବୋଲି ଜଣାପଡିଥିଲା ।

ତେବେ ବିଜେଡିରୁ ଏହି ଆସନ ହାତେଇବା ପାଇଁ ଅନେକ ଆଶାୟୀ ରହିଥିଲେ । କିନ୍ତୁ ଆଜି(ମଙ୍ଗଳବାର) ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତୁଳସୀଙ୍କ ନାମରେ ମୋହର ମାରିବା ପରେ ସେ ହିଁ ନାମାଙ୍କନ ଭରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details