ଓଡିଶା

odisha

ଚିକିତ୍ସା ପରେ ବି ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ମାଲିପୁଟର ମିଥୁନ

By

Published : Sep 6, 2022, 1:40 PM IST

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଲିପୁଟ ପଞ୍ଚାୟତର ଖିରାପୁଟ ଗାଁର ଯୁବକ ମିଥୁନ ହନ୍ତାଳଙ୍କୁ ଲୋଡା ଅଧିକ ପଢନ୍ତୁ

ଚିକିତ୍ସା ହେବା ପରେ ମଧ୍ୟ ମିଥୁନଙ୍କ ଅଣ୍ଟା ଉଠୁନି
ଚିକିତ୍ସା ହେବା ପରେ ମଧ୍ୟ ମିଥୁନଙ୍କ ଅଣ୍ଟା ଉଠୁନି

କୋରାପୁଟ: ଗୋଟିଏ ଦୁର୍ଘଟଣା ସବୁକିଛି ବଦଳାଇ ଦେଲା । ଦିନେ ପରିବାର ଚଳାଇବା ପାଇଁ କାମ କରୁଥିଲେ ହେଲେ ଏବେ ଶଯ୍ୟାଶାୟୀ । ବାପା ମାଆଙ୍କୁ ସାହାରା ଦେବା ବଦଳରେ ଏବେ ସାହା ଖୋଜୁଛନ୍ତି । ଆମେ କହୁଛୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଲିପୁଟ ପଞ୍ଚାୟତର ଖିରାପୁଟ ଗାଁର ଯୁବକ ମିଥୁନ ହନ୍ତାଳଙ୍କ କଥା । କାମକୁ ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ମିଥୁନ । ଟ୍ରାକ୍ଟର ଓଲଟି ଯିବା ଯୋଗୁଁ ତାଙ୍କ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା । ଅପରେସନ ହୋଇଥିଲା ହେଲେ ଅଣ୍ଟା ଏ ଯାଏଁ ସଳଖ ହୋଇନାହିଁ ଫଳରେ ବାପାମାଆଙ୍କ ସାହାରାରେ ଜୀବନ ଜିଉଁଛନ୍ତି ମିଥୁନ ।

ଚିକିତ୍ସା ହେବା ପରେ ମଧ୍ୟ ମିଥୁନଙ୍କ ଅଣ୍ଟା ଉଠୁନି

ବର୍ଷକ ତଳେ କାମକୁ ଯାଇଥିଲେ ମିଥୁନ । ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ଓଲଟି ଯିବା ଯୋଗୁଁ ତାଙ୍କ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା। ଗୋଡ଼ ଦୁଇଟି ଅଚଳ ହୋଇଯିବାରୁ ତାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରୁ ତାଙ୍କୁ କଟକ ରେଫର୍ କରି ଦିଆଯାଇଥିଲା । ପରେ ସେଠାରୁ କଟକ ଏସସିବି ମେଡିକାଲ କଲେଜରେ ଦୁଇମାସ ଧରି ଚିକିତ୍ସା କରାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ମିଥୁନଙ୍କ ଅଣ୍ଟା ଭଲ ହୋଇନଥିଲା । ଔଷଧ ଦେଇ ଡାକ୍ତର ଘରକୁ ପଠାଇଦେଇଥିବା କହିଛନ୍ତି ମିଥୁନଙ୍କ ବାପା ସଇତା ହନ୍ତାଳ ।

ଏହା ବି ପଢନ୍ତୁ...ଶିକ୍ଷା ବ୍ୟବସ୍ଥାକୁ ଆଖିଠାର, ସ୍କୁଲରେ କାଠ ବୋହିଲେ ଛାତ୍ର

ଆର୍ଥିକ ଦୁଃସ୍ଥିତି ମଧ୍ୟ ଦେଇ ଗତି କରୁଥିବା ପରିବାର ସେତେବେଳକୁ ଧାର ଉଧାର କରି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ । ହେଲେ ଫଳଶୂନ୍ୟ । ସେବେଠୁ ଶଯ୍ୟାଶାୟୀ ହୋଇଛନ୍ତି ମିଥୁନ। ଖିଆପିଆଠୁ ନେଇ ସମସ୍ତ ନିତ୍ୟକ୍ରମ ବୁଝୁଛନ୍ତି ପରିବାର । ମିଥୁଙ୍କୁ ବିଶାଖାପାଟଣାରେ ଡାକ୍ତରଙ୍କ ପାଖକୁ ନେଇଯାଇଥିଲା କିନ୍ତୁ ଅର୍ଥାଭାବ ଯୋଗୁଁ ଅଧିକ ଚିକିତ୍ସା ହୋଇପାରିନଥିଲା । ବର୍ତ୍ତମାନ ଖଟ ଉପରେ ମିଥୁନ ଶୋଇ ରହିଛନ୍ତି । ଭେଣ୍ଡିଆ ପୁଅରୁ ଏ ଅବସ୍ଥା ଯୋଗୁଁ ବାପା ମାଆଙ୍କ ଚିନ୍ତାରେ ପଡିଛନ୍ତି ।

କିଛିଦିନ ପୂର୍ବେ ଶୋଭା ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ପଟ୍ଟାଙ୍ଗିରେ ଅନୁଷ୍ଠିତ ହେଉଥିବା ଭିନ୍ନକ୍ଷମ ଶିବିରରେ ପରୀକ୍ଷା କରାଇବା ଫଳରେ 500 ଟଙ୍କାର ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । କିନ୍ତୁ ଉନ୍ନତ ସ୍ବାସ୍ଥ୍ୟସେବା ପାଇବା ପାଇଁ ସରକାରଙ୍କ ତରଫରୁ ସହଯୋଗ କରାଗଲେ ମିଥୁନ ପୁଣି ଚାଲିପାରିବେ ବୋଲି ବାପା ଆଶା ବାନ୍ଧିଛନ୍ତି । ମିଥୁନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ଏହା ସମ୍ଭବ ହୋଇପାରନ୍ତା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details