ଓଡିଶା

odisha

ETV Bharat / state

ଦମ୍ପତ୍ତିଙ୍କଠାରୁ ଝାମ୍ପି ନେଇଥିଲେ ଟଙ୍କା, 3 ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ ଦମ୍ପତ୍ତିଙ୍କଠାରୁ ଟଙ୍କା ଝାମ୍ପି ନେଇଥିଲେ ଡକାୟତ ଦଳ । ଝାମ୍ପି ନେଇଥିବା ଟଙ୍କା ଜବତ କରିବା ସହିତ 3 ଜଣଙ୍କୁ ଗିରଫ କଲା କୋରାପୁଟ ଟାଉନ ପୋଲିସ । ଅଧିକ ପଢ଼ନ୍ତୁ

ଦମ୍ପତ୍ତିଙ୍କ ଠାରୁ ଟଙ୍କା  ଝାମ୍ପି ନେଇଥିଲା ଡକାୟତ
ଦମ୍ପତ୍ତିଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲା ଡକାୟତ

By

Published : Feb 6, 2023, 8:02 PM IST

ଦମ୍ପତ୍ତିଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲା ଡକାୟତ

କୋରାପୁଟ: ଦିନ ଦ୍ବିପ୍ରହରରେ ଲୁଟପାଟ କରିବା ଏବେ ଚୋରଙ୍କ ପ୍ରବୃତ୍ତି ସାଜିଛି । ରାସ୍ତାରେ ଯାଉିଥିବା ଲୋକଙ୍କୁ ଦିନ ଦ୍ବିପହରରେ ଲୁଟିବା ଆରମ୍ଭ କଲେଣି ଲୁଟେରା । କୋରାପୁଟ ଦମ୍ପତ୍ତିଙ୍କଠାରୁ ଟଙ୍କା ଝାମ୍ପି ନେଇଥିଲା ଡକାୟତ। ଝାମ୍ପି ନେଇଥିବା ଟଙ୍କା ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ । ସୂଚନା ଅନୁଯାୟୀ ଗତ ଜାନୁଆରୀ 31 ତାରିଖ 4.30 ସମୟରେ କୋରାପୁଟ ସଦର ଉମୁରି ପଞ୍ଚାୟତର ପର୍ଶୁ ମୁଦୁଲି ଓ ତାଙ୍କ ପତ୍ନୀ ସୁଶୀଳା ମୁଦୁଲି ବିବାହ ପାଇଁ କୋରାପୁଟ HDFC ବ୍ୟାଙ୍କ୍‌ରୁ ତିନି ଲକ୍ଷ ଟଙ୍କା ଉଠାଇବା ପରେ ଟ୍ରାଫିକ ଛକ ମାର୍କେଟ ନିକଟରେ ପରିବା କିଣୁଥିବା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ପତ୍ନୀ ଧରିଥିବା ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇ ବାଇକ ଯୋଗେ ପଳାଇ ଯାଇଥିଲେ ।

ପର୍ଶୁ ମୁଦୁଲି ଓ ତାଙ୍କ ପତ୍ନୀ ପାଟି କରିବା ସହିତ 3ରୁ 4 କିଲୋମିଟର ଦୁର୍ବୃତ୍ତ ଙ୍କ ପିଛା କରିଥିଲେ କିନ୍ତୁ ଧରିବାରେ ସକ୍ଷମ ହୋଇନଥିଲେ । ଶେଷରେ ନିରାଶ ହୋଇ କୋରାପୁଟ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଟାଉନ ଥାନାରେ ମାମଲା ପଞ୍ଜିକୃତ ହୋଇଥିଲା । ଅଭିଯୋଗକୁ ଆଧାର କରି କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଗଠନ କରାଯାଇ ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ଏହି ଟିମ୍ ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ଯାଇ ଯାଞ୍ଚ କରିଥିଲେ । ଶେଷରେ ତାଙ୍କର ମୋବାଇଲ ନମ୍ବର୍‌କୁ ଟ୍ରାକ କରି ମାଲକାନଗିରିରୁ 3 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କଠାରୁ ଦୁଇଟି ମୋଟର ସାଇକେଲ,ପ୍ୟାନ କାର୍ଡ, ବ୍ୟାଙ୍କ ପାସ ବୁକ, ଆଧାର କାର୍ଡ ସମେତ 1 ଲକ୍ଷ 60 ହଜାର 5 ଶହ 46 ଟଙ୍କା ଉଦ୍ଧାର କରିଛି ପୋଲିସ । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଛି । ଗିରଫ 3 ଅଭିଯୁକ୍ତ ହେଲେ ଏ ଶିବା, ଡ଼ି ରାଜେନ୍ଦ୍ର, ଏ ଅର୍ଜୁନ ସେମାନଙ୍କ ଘର ଗଂଜାମ ଜିଲ୍ଲାର ଆସ୍କା ବୋଲି କୋରାପୁଟ ଏସପି ଅଭିନଵ ସୋନକର ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details