ଓଡିଶା

odisha

ETV Bharat / state

ଦିଲ୍ଲୀ ଦରବାରରେ ପ୍ରଶଂସା ସାଉଁଟିଲା କୋରାପୁଟ ମାଣ୍ଡିଆ

କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାସ୍ମିତା ବେହେରା ଦିଲ୍ଲୀରେ କୋରାପୁଟ ମାଣ୍ଡିଆ ତଥା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

By

Published : Jan 31, 2023, 2:06 PM IST

koraput student millet exhibition in delhi
ଦିଲ୍ଲୀ ଦରବାରରେ ପ୍ରଶଂସା ସାଉଁଟିଲା କୋରୋପୁଟ ମାଣ୍ଡିଆ

ଦିଲ୍ଲୀ ଦରବାରରେ ପ୍ରଶଂସା ସାଉଁଟିଲା କୋରୋପୁଟ ମାଣ୍ଡିଆ

କୋରାପୁଟ:ଦିଲ୍ଲୀ ଦରବାରରେ କୋରାପୁଟ ମାଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲା ମାଣ୍ଡିଆ । କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାସ୍ମିତା ବେହେରା ଦିଲ୍ଲୀରେ କୋରାପୁଟ ମାଣ୍ଡିଆ ତଥା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ରଦର୍ଶନ କରିଛନ୍ତି । ମାଣ୍ଡିଆ ସମ୍ପର୍କରେ ବିଶଦ ବର୍ଣ୍ଣନା କରି ପ୍ରଶଂସିତ ହୋଇଛନ୍ତି ପ୍ରଜ୍ଞାସ୍ମିତା ବେହେରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ପ୍ରଶଂସା କରିଛନ୍ତି ।

କିଛିଦିନ ପୂର୍ବେ ଦିଲ୍ଲୀ ଠାରେ କୋରାପୁଟର ଛାତ୍ରୀ ପ୍ରଜ୍ଞାସ୍ମିତା କୋରାପୁଟ ଓ କୋରାପୁଟର ମାଣ୍ଡିଆ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ । କୋରାପୁଟର ମାଣ୍ଡିଆ କେବଳ ଯେ ପ୍ରଦର୍ଶନୀରେ ପ୍ରଶଂସିତ ହୋଇଛି ତାହା ନୁହେଁ । ମାଣ୍ଡିଆ, ସୁଆଁ, କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ପୌଷ୍ଟିକତା ଭରି ରହିଛି । ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଉପକାରିତା ସମ୍ପର୍କରେ ବାର୍ତ୍ତା ଘରେଘରେ ପହଞ୍ଚିଥିବା ବେଳେ ବଜାରରେ ମଧ୍ୟ ଏହାର ଚାହିଦା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି ।

ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବା ଯୋଗୁଁ ଓଡ଼ିଶା ମିଲେଟ୍ ମିଶନ ମାଧ୍ୟମରେ ମାଣ୍ଡିଆ, ସୁଆଁ, କାଙ୍ଗୁ ଭଳି କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ମିଲେଟ୍ ଶସ୍ୟର ପ୍ରଚାରପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ଅଞ୍ଚଳରେ ଉତ୍ପାଦିତ ହେଉଥିବା ମାଣ୍ଡିଆକୁ ଚାଷୀଙ୍କଠାରୁ ସିଧାସଳଖ କିଣିବା ପାଇଁ କୋରାପୁଟ ଜିଲ୍ଲାରେ 48ଟି ମଣ୍ଡି ଖୋଲାଯାଇଥିବା ଜିଲ୍ଲା କୃଷି ଅଧିକାରୀ ବିଶ୍ଵରାଜ ରଥ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ଵାରା ମାଣ୍ଡିଆର ସର୍ବନିମ୍ନ ସମର୍ଥନ ମୂଲ୍ୟକୁ କ୍ବିଣ୍ଟାଲ ପିଛା 3578 ଟଙ୍କା ରଖାଯାଇଛି ଯାହାକି ଧାନର ସମର୍ଥନ ମୂଲ୍ୟଠାରୁ ଅଧିକା ରହିଛି । ଖୋଲା ବଜାରରେ 15 ଟଙ୍କାରୁ 20 ଟଙ୍କାରେ ନିଜ ଉତ୍ପାଦିତ ମାଣ୍ଡିଆକୁ ବିକ୍ରି କରି ଦେଉଥିବା ଚାଷୀ ସରକାରଙ୍କ ଦ୍ବାରା ଦିଆଯାଉଥିବା ଉନ୍ନତ ମୂଲ୍ୟରେ ମଣ୍ଡିରେ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଚାଷୀ ମତ ରଖିଛନ୍ତି । ତେବେ

କୋରାପୁଟ ଅଞ୍ଚଳରେ ଉତ୍ପାଦିତ ମାଣ୍ଡିଆର ବିକ୍ରି କେବଳ ସରକାରୀ ମଣ୍ଡିରେ ସୀମିତ ହୋଇ ରହିବ ନାହିଁ । ଗତ କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କ ମିଲେଟ ମିଶନ , କେନ୍ଦ୍ର ସରକାରଙ୍କ ଆପେଡା ଓ କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତିର ମିଳିତ ପ୍ରୟାସରେ ମାଣ୍ଡିଆକୁ ଅନ୍ତରାଷ୍ଟ୍ରୀୟ ବଜାରକୁ ପଠାଯାଇଛି । ଦୁବାଇକୁ ଯାଇଥିବା ମାଣ୍ଡିଆ ତାର ଉନ୍ନତ ମାନ ଯୋଗୁଁ କୋରାପୁଟର ନାଁ ରଖିବ ବୋଲି ଆଶା କରାଯାଉଛି ।

ପ୍ରଗତି ଅନୁଷ୍ଠାନର ସହଯୋଗରେ ଗଠିତ ହୋଇଥିବା 4ଟି କୃଷକ ଉତ୍ପାଦନକାରୀ ଦଳକୁ ଅନ୍ତର୍ଜାତୀୟ ବ୍ୟବସାୟ କରିବା ପାଇଁ ସଫଳତାର ସହ ପଞ୍ଜିକରଣ କରାଯାଇ ସାରିଥିବା ଯୋଗୁଁ କୋରାପୁଟ ମାଣ୍ଡିଆକୁ ଅନ୍ତରାଷ୍ଟ୍ରୀୟ ବଜାରରେ ନିରନ୍ତର ଭାବେ ପହଞ୍ଚାଇବା ସହଜ ହେବ । ଏହା ଫଳରେ ମଣ୍ଡିରେ ବିକ୍ରି କରିସାରିବା ପରେ ଯେଉଁ ମାଣ୍ଡିଆ ବଳି ଯାଉଛି ତାର ମାନ ସଂରକ୍ଷଣ କରି ଆନ୍ତର୍ଜାତୀୟ ବଜାରକୁ ପଠାଯାଇପାରିବ । ମିଲେଟ୍ ଜାତୀୟ ଖାଦ୍ୟର ପୋଷକ ତତ୍ବ ଅଧିକ ଥିବା ବେଳେ କୋରାପୁଟରେ ଉତ୍ପାଦିତ ହେଉଥିବା ଆଦିବାସୀଙ୍କ ଦ୍ଵାରା ପାରମ୍ପରିକ ଭାବେ ସଂରକ୍ଷିତ ମାଣ୍ଡିଆରେ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିବାର ଶକ୍ତି ଥିବା ସହ ପୁଷ୍ଟିକ ଆହାର ଯୋଗାଇବାରେ ସାମର୍ଥ୍ୟ ହୋଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details