କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ପାଳନ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ମାସ 16 ତାରିଖରୁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବାପରେ ଏହା ବୁଧବାର ସମାପ୍ତ ହୋଇଯାଇଛି ।
ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ରକମର ବ୍ୟବସାୟ କରୁଥିବା ଛୋଟ ବଡ ବେପାରୀ ପହଞ୍ଚିଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ନିଜ ନିଜ ଅଞ୍ଚଳର ବିଶେଷ ଉତ୍ପାଦନକୁ ସାଥିରେ ଆଣି ଏହି ବିଶାଳ ବଜାରରେ ଲାଭବାନ ହୋଇଛନ୍ତି ।