ଓଡିଶା

odisha

କୋରାପୁଟରେ କୋଭିଡ ଅନୁଦାନ ଖର୍ଚ୍ଚକୁ ନେଇ ସାଂସଦ ଖପ୍ପା

କୋରାପୁଟ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଉପକରଣ କିଣିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ଖର୍ଚ୍ଚ ପାଇଁ ସାଂସଦ ପାଣ୍ଠିରୁ 50 ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ ହେଁ ସେଥିରୁ କେବଳ 18 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ପ୍ରଶାସନ ନିରବ ରହିଥିବା ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କ୍ଷୁବ୍ଧ ପ୍ରକାଶ କରିଛନ୍ତି ।

By

Published : Jun 12, 2020, 8:14 PM IST

Published : Jun 12, 2020, 8:14 PM IST

koraput
କୋଭିଡ ଅନୁଦାନ ଖର୍ଚ୍ଚକୁ ନେଇ ସାଂସଦ ଖପ୍ପା

କୋରାପୁଟ: କୋଭିଡ-19 ବିରୁଦ୍ଧରେ ଚାଲିଥିବା ମହାସଂଗ୍ରାମରେ ସହାୟତାର ହାତ ବଢ଼ାଇଥିଲେ ସାଂସଦ । କୋରାପୁଟ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଉପକରଣ କିଣିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ଖର୍ଚ୍ଚ ପାଇଁ ସାଂସଦ ପାଣ୍ଠିରୁ 50 ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ ହେଁ ସେଥିରୁ କେବଳ 18 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ପ୍ରଶାସନ ନିରବ ରହିଥିବା ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କ୍ଷୁବ୍ଧ ପ୍ରକାଶ କରିଛନ୍ତି ।

କୋଭିଡ ଅନୁଦାନ ଖର୍ଚ୍ଚକୁ ନେଇ ସାଂସଦ ଖପ୍ପା

ଶୁକ୍ରବାର କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜୟପୁର ସ୍ଥିତ କୋଭିଡ ହସ୍ପିଟାଲ ଓ କୋରାପୁଟସ୍ଥିତ ମେଡିକାଲ କଲେଜ ଯାଇ ସେଠାକାର ଅଧିକାରୀମାନଙ୍କ ସହ କୋଭିଡ ମୁକାବିଲା ନେଇ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କିନ୍ତୁ ଅନୁଦାନକୁ ସଠିକ ଦିଗରେ ଖର୍ଚ୍ଚ କରାଯାଇ ନଥିବାରୁ ସରକାରଙ୍କ ଅପାରଗତାକୁ ନେଇ କ୍ଷୋଭପ୍ରକାଶ କରିଛନ୍ତି ସାଂସଦ।

ଏହାସହ ରାଜ୍ୟ ସରକାର ଦୁର୍ନୀତି ଘେରରେ ରହିଥିବା ଯୋଗୁଁ କେନ୍ଦ୍ରୀୟ ସାଂସଦ ପାଖରେ ଉତ୍ତରଦାୟୀ ହେବା ଭୟରେ ସରକାର ଜାଣିଶୁଣି ସାଂସଦଙ୍କ ପାଣ୍ଠିରୁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରୁ ନଥିବା ଉଲାକା ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details