ଓଡିଶା

odisha

ETV Bharat / state

କିମିଆ କରିଛି କୋରାପୁଟ, 69 ବର୍ଷ ପରେ ମାଛକୁଣ୍ଡରେ ବିଦେଶୀ ଦମ୍ପତ୍ତି - ମାଛକୁଣ୍ଡରେ ବିଦେଶୀ ଦମ୍ପତ୍ତି

ପିଲାଦିନର ବିତାଇଥିବା ସେହି ସ୍ବର୍ଣ୍ଣିମ ସମୟକୁ ପୁଣିଥରେ ମନେ ପକାଇବାକୁ 69 ବର୍ଷ ପରେ ମାଛକୁଣ୍ଡରେ ପହଞ୍ଚିଛନ୍ତି ବିଦେଶୀ ଦମ୍ପତ୍ତି । ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 18, 2019, 6:39 PM IST

Updated : Nov 18, 2019, 7:49 PM IST

କୋରାପୁଟ: କଥାରେ ଅଛି ସ୍ମୃତି ସର୍ବଦା ମନେ ରୁହେ । ଆଉ ଯଦି ସେହି ସ୍ମୃତି ଛୋଟବେଳର ଥାଏ ତାହା ହେଲେ ଆଜୀବନ ମନେ ରହିବା ତ ନିଶ୍ଚିତ । ଏମିତି ଏକ କାହାଣୀ ଏବେ ଦେଖିବାକୁ ମିଳିଛି କୋରାପୁଟ ମାଛକୁଣ୍ଡରେ । ପିଲାଦିନର ବିତାଇଥିବା ସେହି ସ୍ବର୍ଣ୍ଣିମ ସମୟକୁ ପୁଣିଥରେ ମନେ ପକାଇବାକୁ ଏବେ ମାଛକୁଣ୍ଡରେ ପହଞ୍ଚିଛନ୍ତି ବିଦେଶୀ ଦମ୍ପତ୍ତି ।

କିମିଆ କରିଛି କୋରାପୁଟ, 69 ବର୍ଷ ପରେ ମାଛକୁଣ୍ଡରେ ବିଦେଶୀ ଦମ୍ପତ୍ତି

ଛୋଟ ମୋର ଗାଁଟି । ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି । ଛୋଟ ମୋର ଗାଁଟି । ବୋଧହୁଏ ଏହି ମର୍ମର କିଛି କବିତା ଇଂରେଜ ଦମ୍ପତ୍ତିଙ୍କ ହୃଦୟକୁ ଆନ୍ଦୋଳିତ କରିଛି । ଯାହାଫଳରେ ସେମାନେ ସୁଦୂର ଲଣ୍ଡନରୁ କୋରାପୁଟ ଜିଲ୍ଲାର ମାଛକୁଣ୍ଡରେ ପାଦ ରଖିଛନ୍ତି । ରିଚାର୍ଡ ଗୋଲଡ଼ ଓ ତାଙ୍କ ପତ୍ନୀ ଜେନିଫର ଏସ ଗୋଲଡ଼ । ମାଛକୁଣ୍ଡ ମାଟିରେ ପାଦ ଦେବା କ୍ଷଣି ୬୯ ବର୍ଷ ତଳର ଇତିହାସ ତାଙ୍କୁ ବେଶ ଆନନ୍ଦ ଦେଇଛି । ଦିନ ଥିଲା ଛୋଟ ବେଳେ ଏହି ମାଟି ମାଆ କୋଳରେ ଖେଳିବୁଲି ସମୟ ବିତାଇଥିଲେ । ସମୟ ସିନା ବଦଳିଛି ହେଲେ ମନରେ ଥିବା ସେଇ ପ୍ରେମ ଆଉ ସେ ସ୍ନେହ ନା କମିଛି ନା ବଦଳିଛି ।

୧୯୪୯ ମସିହାର କଥା । ମାଛକୁଣ୍ଡ ପାୱାର ହାଉସର ନିର୍ମାଣ ଚାଲିଥାଏ । ରିଚାର୍ଡଙ୍କ ବାପା ଜର୍ଜ ଏ ଗୋଲଡ଼ ଓ ଜେନିଫର ଙ୍କ ବାପା ତଥା ରିଚାର୍ଡଙ୍କ ସହକାରୀ ଯନ୍ତ୍ରୀ ରବର ନ୍ୟୁ ଗୋଲଡ଼ ଏହି ପାୱାର ହାଉସ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ବ୍ରିଟିଶ କମ୍ପାନୀର ନିପୁଣ ଯନ୍ତ୍ରୀ ଭାବେ ନିମନ୍ତ୍ରିତ ହୋଇ କାର୍ଯ୍ୟ କରୁଥିଲେ ଏମାନେ । ରିଚାର୍ଡ ଓ ଜେନିଫର ସେତେବେଳେ ୪, ୫ ବର୍ଷର ଶିଶୁ ଥିଲେ । ଆଉ ଏବେ ପିଲାଦିନର ବିତାଇଥିବା ସେହି ସବୁ ସମୟକୁ ମନେ ପକାଇବା ପାଇଁ ସେ ଚାଲିଆସିଛନ୍ତି ଏଠାକୁ । ସେପଟେ ପୁରାତନ ଇଞ୍ଜିନିୟରଙ୍କ ପରିବାରକୁ ଦେଖି ସ୍ଥାନୀୟ ଲୋକେ ଉତ୍ସାହିତ ହେବା ସହ ସେମାନଙ୍କୁ ସ୍ବାଗତ ଜଣାଇଛନ୍ତି ।

କେବଳ ଏହି ଦମ୍ପତ୍ତି ନୁହଁନ୍ତି ପ୍ରଥମ ଜିଲ୍ଲାପାଳ ଆର.ସି.ଏସ ବେଲଙ୍କ ଝିଅ ଆଲେକ୍ସ ଟାନେର ମଧ୍ୟ ଅଷ୍ଟ୍ରେଲିଆରୁ ଆସିଥିଲେ । ସେହିପରି ଲଣ୍ଡନରୁ କାର୍ମେନ ଲେଭିନ୍ ବି ନିଜ ବାପାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ କୋରାପୁଟ ଆସିଥିଲେ । ଆଉ ଏବେ ଲଣ୍ଡନରୁ ଆଉ ଏକ ଦମ୍ପତ୍ତିଙ୍କୁ ପାଇ କୋରାପୁଟବାସୀ ବେଶ ଆନନ୍ଦିତ ହୋଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 18, 2019, 7:49 PM IST

ABOUT THE AUTHOR

...view details