ଓଡିଶା

odisha

ETV Bharat / state

ମାଳି ପର୍ବତରୁ ଖଣି ଉତ୍ତୋଳନ ପାଇଁ ଜନଶୁଣାଣୀ ଆରମ୍ଭ

କଡା ସୁରକ୍ଷା ମଧ୍ୟରେ ହିଣ୍ଡାଲକୋ ପକ୍ଷରୁ ଆଜି ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ମାଳି ପର୍ବତରୁ ବକ୍ସାଇଟ ଉତ୍ତୋଲନ ନିମନ୍ତେ ପରିବେଶ ଜନଶୁଣାଣି ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ

ମାଳି ପର୍ବତରୁ ଖଣି ଉତ୍ତୋଳନ ପାଇଁ ଜନଶୁଣାଣୀ ଆରମ୍ଭ
ମାଳି ପର୍ବତରୁ ଖଣି ଉତ୍ତୋଳନ ପାଇଁ ଜନଶୁଣାଣୀ ଆରମ୍ଭ

By

Published : Nov 22, 2021, 10:09 AM IST

କୋରାପୁଟ: ହିଣ୍ଡାଲକୋ ପକ୍ଷରୁ ଆଜି ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ମାଳି ପର୍ବତରୁ ବକ୍ସାଇଟ ଉତ୍ତୋଲନ ନିମନ୍ତେ ପରିବେଶ ଜନଶୁଣାଣି ଅନୁଷ୍ଠିତ ହେଉଛି । କଡା ସୁରକ୍ଷା ମଧ୍ୟରେ ଏହି ଜନଶୁଣାଣୀ ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର 21 ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ସମୟରେ ସଭାକ୍ଷେତ୍ର ରଣକ୍ଷେତ୍ର ପାଲଟିବା ଯୋଗୁଁ ଜନଶୁଣାଣୀ ସମ୍ଭବ ହୋଇପାରିନଥିଲା । ଏହାକୁ ଦୃଷ୍ଟିରେ ରଖି ଆଜି କଙ୍କଡାଆମ୍ବ ଗାଁ ନିକଟ ଜାତୀୟ ରାଜପଥ ନିକଟରୁ ସଭାକ୍ଷେତ୍ର ପର୍ଯ୍ୟନ୍ତ ପୋଲିସ ମୁତୟନ ରହିଥିବା ବେଳେ ପାହାଡ ଉପରୁ ବିକ୍ଷୋଭକାରୀଙ୍କ ସମ୍ଭାବ୍ୟ ପ୍ରବେଶକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟା ତାରବାଡ଼ ଯୋଗେ ଘେରାଉ କରାଯାଇଛି ।

ମାଳି ପର୍ବତରୁ ଖଣି ଉତ୍ତୋଳନ ପାଇଁ ଜନଶୁଣାଣୀ ଆରମ୍ଭ

ଆଜିର ଏହି ଜନଶୁଣାଣୀରେ କୋରାପୁଟର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ହିଁ ସଭାସ୍ଥଳକୁ ପ୍ରବେଶ କରିବାର ଅନୁମତି ଦିଆଯାଇଛି । ମାଳି ପର୍ବତରୁ ଖଣି ଉତ୍ତୋଳନ କରିବା ପାଇଁ ଆଜିର ଜନ ଶୁଣାଣୀ ହେବା ପାଇଁ ଆୟୋଜନ ହୋଇଥିବା ବେଳେ ୧୮ଟି ଗ୍ରାମପଞ୍ଚାୟତରୁ ୭୦ ଖଣ୍ଡ ଗ୍ରାମବାସୀ ସଭାକ୍ଷେତ୍ରରେ ଉପସ୍ଥିତ ହେଉଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details