କୋରାପୁଟ: କ୍ଷେତରେ ଫଳିଛି ଭଳିକି ଭଳି ପନିପରିବା । ଟମାଟୋ, ପତ୍ର କୋବି, ପିଆଜ ସାଙ୍ଗକୁ ରସୁଣ ମଧ୍ୟ ଲଗାଯାଇଛି । ଦେଖିଲେ ଆଖି ଲାଖି ଯାଉଛି । ଏସବୁକୁ ସମ୍ଭବ କରି ଦେଖାଇଛନ୍ତି କୋରାପୁଟ କାକୀରିଗୁମ୍ମାର ଦିଗବିଜୟୀ ମହିଳା ସଂଗଠନର ମହିଳା ମାନେ । ହାତରେ ହାତ ମିଶାଇ ମାଟିରେ ଫଳାଇଛନ୍ତି ସୁନାର ଫସଲ । କେବଳ ପରିବା ଚାଷ ନୁହେଁ ଛେଳି ଚାଷ ମଧ୍ୟ କରୁଛନ୍ତି । ଏଥିରୁ ଭଲ ଦୁଇ ପଇସା ରୋଜଗାର କରି ଏମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ।
20 ବର୍ଷ ଧରି କାକିରୀଗୁମ୍ମା ଜମିରେ ଫଳାଉଛନ୍ତି ସୁନା, ପୁରସ୍କାର ଜିଣିଲେ ଆଦିବାସୀ ମହିଳା - କାକିରୀଗୁମ୍ମା
ଗତ 20 ବର୍ଷ ତଳେ ମହିଳା ସଂଗଠନ ନେଇଥିଲେ ଦୃଢ ସଂକଳ୍ପ । ମାଟିରେ 15 ଜଣ ମହିଳା ଫଳାଇଛନ୍ତି ବିଭିନ୍ନ ପ୍ରକାର ଫସଲ ।
20 ବର୍ଷ ଧରି କାକିରୀଗୁମ୍ମା ଜମିରେ ଫଳୁଛି ସୁନା
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ