ଓଡିଶା

odisha

ETV Bharat / state

‘ମେ ଭି ଚୌକିଦାର’ରେ କମ୍ପିଲା କୋରାପୁଟ - BJP

ସାରା ଦେଶରେ ବିଜେପି ଲଗାଇଥିବା ନାରା ‘ମେ ଭି ଚୌକିଦାର’ ଆଜି (ଶୁକ୍ରବାର) କୋରାପୁଟରେ ଶୁଣିବାକୁ ମିଳିଛି। ବାଙ୍କବିଜା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ଏହି ନାରା ଶୁଣାଯାଇଛି ।

ଫାଇଲ ଫଟୋ

By

Published : Mar 29, 2019, 3:22 PM IST

କୋରାପୁଟ: ସାରା ଦେଶରେ ବିଜେପି ଲଗାଇଥିବା ନାରା ‘ମେ ଭି ଚୌକିଦାର’ ଆଜି (ଶୁକ୍ରବାର) କୋରାପୁଟରେ ଶୁଣିବାକୁ ମିଳିଛି। ବାଙ୍କବିଜା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ଏହି ନାରା ଶୁଣାଯାଇଛି । ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନାରା ଦେବା ପରେ ଉପସ୍ଥିତ ଜନତା ମଧ୍ୟ ଏହି ନାରା ଲଗାଇଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଓଡିଶାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ନିର୍ବାଚନୀ ଗସ୍ତରେ ଆସି ମୋଦି ପ୍ରଥମେ ବିଜେପିର ପ୍ରାର୍ଥୀଙ୍କୁ ଲୋକଙ୍କ ପାଖରେ ପରିଚିତ କରିବା ପରେ ମେ ଭି ଚୌକିଦାର ନାରା ଦେଇଥିଲେ । ଯେଉଁଥିରେ ଉପସ୍ଥିତ ଜନତା ବି ତାଙ୍କର ସାଥ ଦେଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ମୋଦି କେବଳ ମେ ଭି କହିବା ସହ ଲୋକମାନେ ଚୌକିଦାର ବୋଲି କହିଥିଲେ ।

ABOUT THE AUTHOR

...view details