ଓଡିଶା

odisha

ETV Bharat / state

କୋଟିଆଙ୍କ ପାଇଁ ବିକାଶ ବାଟବଣା - Patangi

କୋରାପୁଟର କୋଟିଆ । ସାଧାରଣରୁ ଅତିସାଧାରଣ ଗାଁଟିଏ । ଅନ୍ଧାର ଗଳିରେ ଏଠି ଜୀବନ ବିତେ । ଓଡିଶା ଏଠି ସରେ, ଆଉ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଆରମ୍ଭ । ମାତ୍ର ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜନୀତି ପାଇଁ ଖୋରାକ ଯୋଗାଏ । ରାଜ୍ୟ ସରକାର ଗରୀବଙ୍କ ପାଇଁ ମାଳମାଳ ଯୋଜନା କରୁଥିଲେ ମଧ୍ୟ ସେସବୁ ଏଠି ଅପହଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 30, 2019, 7:00 PM IST

କୋରାପୁଟ: ଗାଁ ବିକାଶରେ ଦେଶର ବିକାଶ । ଏଭଳି ନାରା ହୁଏତ ନେତା ଓ ମନ୍ତ୍ରୀଙ୍କ ପାଇଁ ବହୁ ପୁରୁଣା । ହେଲେ ଆଜି ବି ଏମିତି ଗାଁ ଅଛି ଯେଉଁଠି ପଡି ପାରୁନି ବିକାଶର ପାଦ ଚିହ୍ନ । ବର୍ଷ ବର୍ଷ ଧରି ସରକାରଙ୍କ ସବୁ ସୁବିଧା ସୁଯୋଗରୁ ସେମାନେ ଆଜି ବି ବଞ୍ଚିତ । ଏଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ମାଡ଼କାର ଗାଁରେ । ଯେଉଁଠି ଭଲ ରାସ୍ତାଟିଏ ନାହିଁ । କେବଳ ରାସ୍ତା ନୁହେଁ, ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆନ୍ଧ୍ର ଓ ଓଡିଶା ସାମୀନ୍ତରେ ଥିବା ଏହି ଗ୍ରାମରେ ଅଛନ୍ତି ଅଧିକାଂଶ ତେଲୁଗୁ ଓ କୁଇ ଭାଷାଭାଷୀର ପିଲା । ଆନ୍ଧ୍ର ସରକାର ତରଫରୁ ଗାଁକୁ ଆଲୋକ ଓ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇ ଥିବାବେଳେ ମାଡ଼କାର ଗାଁକୁ ରାସ୍ତା ଦେଇଛନ୍ତି ରାଜ୍ୟ ସରକାର । ହେଲେ କୋଟିଆ ଠାରୁ ଦୁର୍ଗମ ପାହାଡକୁ କାଟି ତିଆରି ହୋଇଥିବା ଉଠାଣି ଗଡାଣି ରାସ୍ତାରେ ରହିଛି ବଡବଡ ଘାଟି । ଯେଉଁଥିରେ ଗାଡି ମୋଟର ଯିବା ଭାରି ମୁସ୍କିଲ । ତେବେ ଏହି ରାସ୍ତା ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବାକୁ ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାବି କରିଛନ୍ତି ।

ଏହି ସୀମାନ୍ତବର୍ତ୍ତୀ ଗାଁରେ ଯଦି ଗମନାଗମନ ନେଇ ଉପଯୁକ୍ତ ରାସ୍ତାଟିଏ ହୋଇପାରନ୍ତା ତେବେ ବିକାଶର ଗତି ଆହୁରି ତୀବ୍ରତର ହୋଇପାରନ୍ତା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details