ଓଡିଶା

odisha

ETV Bharat / state

ଡାକ୍ତରୀ ସିଟକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: ଆଶା ଏବଂ ଆଶଙ୍କାରେ କୋରାପୁଟବାସୀ - କୋରାପୁଟବାସୀ

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ଦୁଇବର୍ଷ ଅପେକ୍ଷା କଲେ ରାଜ୍ୟରେ ଡାକ୍ତର ବଳିବେ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଡାକ୍ତର ଅଭାବକୁ ନେଇ ସଦାସର୍ବଦା ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲ୍ଲାରେ ଏହାର ବାସ୍ତବ ରୂପାୟନକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 28, 2019, 11:02 AM IST

Updated : Jun 28, 2019, 1:20 PM IST

କୋରାପୁଟ: ଆଉ 2 ବର୍ଷ ଅପେକ୍ଷା କଲେ ରାଜ୍ୟରେ ଡାକ୍ତର ବଳିବେ । ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଏଭଳି ବକ୍ତବ୍ୟ ପରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ଡାକ୍ତରଙ୍କ ଅଭାବ ଲାଗି ରହିଛି । ବିଶେଷ ଭାବେ ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ଟିକେ ଅଧିକା । ଯଦି କୋରାପୁଟ ଜିଲ୍ଲାକୁ ଦେଖାଯାଏ, ଏଠାରେ ମଧ୍ୟ ଡାକ୍ତର ଅଭାବ ଢେର ଅଧିକ । ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ କୋରାପୁଟ ଜିଲ୍ଲାରେ ଡାକ୍ତର ଅଭାବ କେତେଦୂର ପୂରଣ କରାଯିବ ତାହାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

କୋରାପୁଟ ଜିଲ୍ଲାରେ ୧୬ଟି ସିଏଚସି, ୪୮ଟି ପିଏଚସି ଓ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୫୮ ଜଣ ଡାକ୍ତରଙ୍କ ପାଇଁ ସରକାରୀ ମଞ୍ଜୁରୀ ଥିବା ସ୍ଥଳେ ବର୍ତ୍ତମାନ ସୁଦ୍ଧା ୧୪୭ ଜଣ ଡାକ୍ତର ରହିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ କହିଛନ୍ତି ।

ଏପରିକି ନନ୍ଦପୁର ବ୍ଲକର ପାଡୁଆ, କୋଟପାଡ ବ୍ଲକର ଏସ.ବି.ନୂଆଗାଁ, ଦଶମନ୍ତପୁର ବ୍ଲକର କାଠରଗଡ଼ା, ଲମତାପୁଟ ବ୍ଲକର ଓରାଦେରି ଓ ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପିଏଚସିରେ କୌଣସି ଡାକ୍ତର ନଥିବା ଚିନ୍ତାର ବିଷୟ ପାଲଟଛି। ତେବେ ମନ୍ତ୍ରୀଙ୍କ ଏହି ଘୋଷଣା ପରେ କୋରପୁଟ ଜିଲ୍ଲାରେ ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ସମେତ ରାଜ୍ୟରେ ନୂତନ ଭାବେ ଖୋଲାଯାଇଥିବା ଭେଷଜ ମହାବିଦ୍ୟାଳୟ ଗୁଡିକରୁ ଆସନ୍ତା କିଛି ବର୍ଷରେ ବାହାରିବାକୁ ଥିବା ଡାକ୍ତରଙ୍କ ସହଯୋଗରେ ଓଡ଼ିଶାର ସ୍ଥିତି ସୁଦୃଢ ହେବ ବୋଲି ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ଉକ୍ତି ପଛରେ ଥିବା ସରକାରଙ୍କ ଇଚ୍ଛା ଶକ୍ତିର ଗଭୀରତା ଉପରେ ସନ୍ଦେହ କରିଛନ୍ତି କୋରାପୁଟର କଂଗ୍ରେସ ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ।

ଯଦି ସରକାର ରାଜ୍ୟରେ ଡାକ୍ତର ସଂଖ୍ୟା ବଢାଇବାକୁ ଚାହାନ୍ତି ତେବେ ଓପିଏସସିରେ ବଳକା ରହିଯାଇଥିବା ପ୍ରାୟ ୧୧୦୦ ଡାକ୍ତରୀ ଡିଗ୍ରିଧାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ସେ ଦାବି କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 28, 2019, 1:20 PM IST

ABOUT THE AUTHOR

...view details