କୋରାପୁଟ: ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହକଲା କୋରାପୁଟ ଜିଲ୍ଲା କଂଗ୍ରେସ ।
ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ
ଦିଲ୍ଲୀ ହିଂସାକାଣ୍ଡ ରୋକିବାରେ ସମ୍ପୂର୍ଣ୍ଣ ବିଫଳତା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହକଲା କୋରାପୁଟ ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ ...
ଅମିତ ଶାହା ଙ୍କ କୁଶପୁତ୍ତଳିକା ଦାହ କଲା କୋରାପୁଟ ଜିଲ୍ଲା କଂଗ୍ରେସ
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ସିଏଏକୁ ବିରୋଧ କରିଥିଲେ । ଏନେଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ କରିବା ସହ ଶାହାଙ୍କ ଇସ୍ତଫା ଦାବି କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ