ଓଡିଶା

odisha

ETV Bharat / state

କୋରାପୁଟରେ ଛେଚିବ ବର୍ଷା ! ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - ପ୍ରାକୃତିକ ବିପର୍ଯ୍ୟୟ

କୋରାପୁଟରେ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି । ଅଧିକ ପଢନ୍ତୁ...

କୋରାପୁଟରେ ଛେଚିବ ବର୍ଷା ! ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
କୋରାପୁଟରେ ଛେଚିବ ବର୍ଷା ! ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

By

Published : Jun 11, 2021, 10:23 PM IST

କୋରାପୁଟ: ଓଡିଶାକୁ ଆଜି(ଶୁକ୍ରବାର) ମୌସୁମୀ ଛୁଇଁଥିବା ବେଳେ କୋରାପୁଟ ଜିଲ୍ଲାରେ ମଧ୍ୟ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଲଘୁଚାପ ଓ ମୌସୁମୀ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିବା ପରେ ଜିଲ୍ଲା ପ୍ରଶାସନ ବର୍ଷାଜନିତ ସମସ୍ୟା ସାମନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ।

କୋରାପୁଟରେ ଛେଚିବ ବର୍ଷା ! ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ରାଜ୍ୟ ସରକାରଙ୍କ ଠାରୁ ଲଘୁଚାପ ଓ ମୌସୁମୀ ବର୍ଷାର ୟେଲୋ ସିଗ୍ନାଲ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାରେ ବର୍ଷାଜନିତ ସମସ୍ୟାଗୁଡିକୁ ସାମନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ପାହାଡ଼ ଉପରୁ ଭୂସ୍ଖଳନ ସାଙ୍ଗକୁ କୋଟପାଡ ଅଂଚଳରେ ନଦୀ ଜଳମଗ୍ନ ହେବା ଭଳି ସମସ୍ୟାଗୁଡିକୁ ସାମନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ କରିଦିଆଯାଇଛି ।

ଜଳମଗ୍ନ ହେବାର ସମ୍ଭାବନା ଥିବା ସ୍ଥାନଗୁଡିକରେ ଡଙ୍ଗାର ବନ୍ଦୋବସ୍ତ କରାଯାଇଥିବା ପ୍ରଧାନ କହିଛନ୍ତି । ତେବେ ଜିଲ୍ଲାର ଗାଁ ଗଣ୍ଡାରେ ଲୋକେ ବର୍ଷର ପ୍ରଥମ ମୌସୁମୀ ବର୍ଷାରେ ଭିଜିବାର ଆନନ୍ଦ ସାଉଁଟି ନଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details