ଓଡିଶା

odisha

କୋରାପୁଟରେ 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ଶୁଭ ସୂଚନା: CDMO

By

Published : Jul 25, 2021, 6:20 PM IST

କୋରାପୁଟ ଜିଲ୍ଲାର 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । ସେରୋ ସର୍ଭେ ରିପୋର୍ଟରୁ ଏନେଇ ସ୍ପଷ୍ଟ । ଜିଲ୍ଲା ପାଇଁ ଏହା ଶୁଭ ସୂଚନା ବୋଲି କହିଲେ CDMO । ଅଧିକ ପଢନ୍ତୁ...

କୋରାପୁଟରେ 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ଶୁଭ ସୂଚନା: CDMO
କୋରାପୁଟରେ 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ଶୁଭ ସୂଚନା: CDMO

କୋରାପୁଟ: ଚଳିତ ବର୍ଷ ଜୁନର ଶେଷ ଭାଗ ଓ ଜୁଲାଇ ମାସର ପ୍ରଥମ ଭାଗରେ ICMR ପକ୍ଷରୁ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ ହୋଇଥିଲା । କୋଭିଡ-19ର ଆଣ୍ଟିବଡି ସୃଷ୍ଟି ସମ୍ପର୍କରେ କରାଯାଇଥିବା ଏହି ସେରୋ ସର୍ଭେରେ 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଭିତରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ତଥ୍ୟ ଆସିଛି । କୋଭିଡ ବିରୁଦ୍ଧରେ ଜିଲ୍ଲାର ସଂଗ୍ରାମ ପାଇଁ ଏହା ଏକ ଶୁଭଙ୍କର ସୂଚନା ବୋଲି କହିଛନ୍ତି CDMO ମକରନ୍ଦ ବେଉରା ।

କୋରାପୁଟରେ 60 ପ୍ରତିଶତରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ଶୁଭ ସୂଚନା: CDMO

ଏହି ସର୍ଭେ ରିପୋର୍ଟ ଅନୁଯାୟୀ ନମୁନା ସଂଗ୍ରହ କରାଯାଇଥିବା ସାଧାରଣ ଲୋକଙ୍କ ମଧ୍ୟରୁ 61.3 ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇସାରିଥିବା ଜଣାପଡିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଏହି ସଂଖ୍ୟା 85 ପ୍ରତିଶତ ରହିଛି । ଏହି ତଥ୍ୟ ଜିଲ୍ଲାରେ କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସହାୟକ ହେବ ବୋଲି ଡାକ୍ତର ବେଉରା ଜଣାଇଛନ୍ତି । ଅର୍ଦ୍ଧାଧିକ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇସାରିଥିବାବେଳେ ବର୍ତ୍ତମାନ ଯାଏଁ ଟୀକାକରଣ 50 ପ୍ରତିଶତରେ ପହଞ୍ଚି ପାରିନାହିଁ । ଏଣୁ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଆହୁରି ବ୍ୟାପକ କରାଯାଇପାରିଲେ କୋଭିଡର ତୃତୀୟ ଲହରକୁ ମଧ୍ୟ ସଠିକ ଭାବେ ସାମ୍ନା କରାଯାଇପାରିବ ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details