ଓଡିଶା

odisha

ETV Bharat / state

ଚାଷୀଙ୍କୁ ନିଅଣ୍ଟ କାଳିଆ ଟଙ୍କା

ଜୀବନ ଆଉ ଜୀବିକା ସବୁ କିଛି ନିର୍ଭର କରେ ଚାଷ କାର୍ଯ୍ୟ ଉପରେ । କିନ୍ତୁ ଚାଷରୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁନଥିବା ବେଳେ ସରକାରଙ୍କ କାଳିଆ ଟଙ୍କା କ୍ଷେତକୁ ନିଅଣ୍ଟ ।

By

Published : Jun 18, 2019, 8:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ନନ୍ଦପୁର ବ୍ଲକର କୁର୍ମାପୁଟରେ ବାସ କରନ୍ତି ପ୍ରାୟ 80ଟି ଚାଷୀ ପରିବାର । ବାପ-ଅଜା ଅର୍ଜିତ ସ୍ବଳ୍ପ ଅର୍ଥକୁ ଆଧାର କରି କରି ଚାଲିଛନ୍ତି ଚାଷକାର୍ଯ୍ୟ । ସରକାର ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଞ୍ଚ ହଜାର ଲେଖାଏଁ ଟଙ୍କା ଯୋଗାଇ ଦେଉଛନ୍ତି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଘର ଖର୍ଚ୍ଚରେ ସମସ୍ତ ଅର୍ଥ ସରିଯାଉଥିବା ଜଣେ ଚାଷୀ କହିଛନ୍ତି ।

ଭଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ଥାନୀୟ ଅଞ୍ଚଳରେ ପରିବା ଗ୍ରାମ ଭାବେ ପରିଚିତ କୁର୍ମାପୁଟ । ଗାଜର, ମୂଳା, କନ୍ଦମୂଳ, ବାଇଗଣ, ବିନସ ଭଳି ଭଳିକି ଭଳି ପରିବା ଚାଷ କରୁଛନ୍ତି ଗ୍ରାମବାସୀ । ଜୀବନ ଓ ଜୀବିକା ଉଭୟ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷୀଙ୍କ ରାସ୍ତାରେ ଦାଉ ସାଜିଛି ଜଳ ସମସ୍ୟା । ସମୁଦାୟ ଗ୍ରାମରେ ଦୁଇଟି ନଳକୂପ ରହିଥିବାବେଳେ ତାହା ଘରକରଣା ବ୍ୟବହାରରେ ସରିଯାଉଛି । ଆଖ ପାଖରେ କୌଣସି ମଧ୍ୟ ଜଳସ୍ରୋତ ଟିଏ ନାହିଁ ଫଳରେ ଚାଷ ଜମିଙ୍କୁ ହୋଇପାରୁନାହିଁ ଜଳ ଯୋଗାଣ । ଗ୍ରାମରେ ମାତ୍ରାଧିକ ପରିବା ଉତ୍ପାଦନ ହେଉଛି କିନ୍ତୁ ସ୍ଥାନୀୟ ହାଟ କିମ୍ବା ଆଖପାଖ ଅଞ୍ଚଳରେ ଶୀତଳଭଣ୍ଡାର ଟିଏ ନାହିଁ । ପରିଣାମ ସ୍ବରୂପ ଚୀଷୀ ତାହାର ଉତ୍ପାଦର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ସରପଞ୍ଚ ଡ଼ମ୍ବରୁଧର ଗଣ୍ଡା ।


ସେହିପରି ଚାଷୀମାନେ କହିଛନ୍ତି ସରକାର ଯଦି ସହଜ କିସ୍ତିରେ ଋଣ ଯୋଗାଇଦେବେ ବାସ୍ତବରେ ଚାଷୀକୂଳ ଉପକୃତ ହୋଇପାରିବ । ଏହାସହିତ ସେହି ଅଞ୍ଚଳରେ ହାଟ, ଶୀତଳଭଣ୍ଡାର ସମେତ ପରିବହନ ପାଇଁ ଗାଡ଼ି ଯୋଗାଇଦେଲେ ଉତ୍ପାଦନ କରୁଥିବା ପରିବାର ଉଚିତ ମୂଲ୍ୟ ପାଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।


କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details