ଓଡିଶା

odisha

କେନ୍ଦ୍ର ଓ ରାଜ୍ୟ ସରକାର ଯୁବପିଢିକୁ ଚାକିରି ଦେବାରେ ବିଫଳ; ତାରା

କେନ୍ଦ୍ର ଓ ରାଜ୍ୟ ସରକାର ଯୁବପିଢିଙ୍କୁ ଚାକିରି ଦେବାରେ ବିଫଳ । ଏନେଇ ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

By

Published : Aug 20, 2021, 10:32 AM IST

Published : Aug 20, 2021, 10:32 AM IST

କେନ୍ଦ୍ର ଓ ରାଜ୍ୟ ସରକାର ଯୁବପୀଢୀକୁ ଚାକିରୀ ଦେବାରେ ବିଫଳ ; ବାହିନୀପତି
କେନ୍ଦ୍ର ଓ ରାଜ୍ୟ ସରକାର ଯୁବପୀଢୀକୁ ଚାକିରୀ ଦେବାରେ ବିଫଳ ; ବାହିନୀପତି

କୋରାପୁଟ: କେନ୍ଦ୍ର ଓ ରାଜ୍ୟ ସରକାର ଯୁବପିଢିଙ୍କୁ ଚାକିରି ଦେବାରେ ବିଫଳ । ଏନେଇ ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କୋରାପୁଟରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ରହିଛି । ବର୍ଷ ବର୍ଷ ପରେ ବି ପଦବୀ ପୂରଣ ହୋଇପାରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାରା । ଏସବୁ କ୍ଷେତ୍ରରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବିଜେଡି ଓ ବିଜେପିକୁ ତୀବ୍ର ବିରୋଧ କରାଯିବ ।

କେନ୍ଦ୍ର ଓ ରାଜ୍ୟ ସରକାର ଯୁବପୀଢୀକୁ ଚାକିରୀ ଦେବାରେ ବିଫଳ ; ବାହିନୀପତି

ସେ ଯୁବ ଓ ଛାତ୍ର କଂଗ୍ରେସର ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖକୁ ଦାବିପତ୍ର ପ୍ରେରଣ କରାଯିବା ଅବସରରେ ସେ ଚେତାବନୀ ଦେଇଛନ୍ତି । ତେବେ ଆଜି ରେଳ ମନ୍ତ୍ରୀ ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ଗସ୍ତ କରୁଥିବା ଯୋଗୁଁ ତାଙ୍କୁ କଂଗ୍ରେସ କଳାପତକା ଦେଖାଇବାର ଯୋଜନାକୁ ବାତିଲ କରିଥିଲେ ହେଁ କୋରାପୁଟର ଯୁବପିଢି ପ୍ରତି ଅଣଦେଖା କରାଗଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ତାରା କହିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details