କୋରାପୁଟ: ଭଦ୍ରକର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈକୁଣ୍ଠ ନାଥ ନାୟକଙ୍କ ପୁଅ ଜଗବନ୍ଧୁ ନାୟକଙ୍କ ପରଲୋକ । ଆଜି ସନ୍ଧ୍ୟାରେ କୋରାପୁଟରେ ତାଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ।
ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ଗୁଳିକାଣ୍ଡ ଦିବସରେ ଯୋଗ ଦେବା ପାଇଁ ଆସିଥିବାବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।