ଓଡିଶା

odisha

ETV Bharat / state

Herbal Holi: କୋରାପୁଟରେ କେମିକାଲ ଫ୍ରି ହୋଲି, ସ୍ଵୟଂ ସହାୟକ ଗୋଷ୍ଠୀର ନିଆରା ପ୍ରୟାସ

ହୋଲିକୁ ନେଇ ସବୁଠି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ହୋଲି ପର୍ବ ପାଳନ ନେଇ ଶୈଳବାଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିନା କେମିକାଲରେ ହୋଲି ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ

ଶୈଳବାଳା ମହିଳା ସ୍ଵୟଂ ଗୋଷ୍ଠୀର ନିଆରା ପ୍ରୟାସ: ବିନା କେମିକାଲରେ ତିଆରିକଲେ ହୋଲି
ଶୈଳବାଳା ମହିଳା ସ୍ଵୟଂ ଗୋଷ୍ଠୀର ନିଆରା ପ୍ରୟାସ: ବିନା କେମିକାଲରେ ତିଆରିକଲେ ହୋଲି

By

Published : Mar 18, 2022, 10:30 PM IST

କୋରାପୁଟ : ଭାଇଚାରାର ପର୍ବ ହୋଲି । ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ହୋଲିକୁ ନେଇ ଗାଁ ଠୁ ସହର ସବୁଠି ଆନନ୍ଦର ମାହୋଲ । ଏହି ହୋଲି ପର୍ବ ପାଇଁ ସହରରୁ ଗାଁ ସବୁ ସ୍ଥାନରେ ହୋଲି ବିକ୍ରି ଆରମ୍ଭ ହୋଇଗଲାଣି । କିନ୍ତୁ ଚଳିତ ବର୍ଷ କୋରାପୁଟରେ ଶୈଳବାଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏକ ନିଆରା ଢଙ୍ଗରେ ହୋଲି ପ୍ରସ୍ତୁତ କରାଯାଇଛି ।

Herbal Holi: କୋରାପୁଟ ସ୍ଵୟଂ ସହାୟକ ଗୋଷ୍ଠୀର ନିଆରା ପ୍ରୟାସ, ତିଆରିକଲେ କେମିକାଲ ଫ୍ରି ହୋଲି

ଡୁମୁରିପୁଟରେ ସ୍ଥାନୀୟ ବାଡ଼ି ବଗିଚାରୁ ସଂଗୃହିତ ଗାଜର, ବିଟ ରୁଟ ଓ ଶାଗ କଟା ଏହି ପନି ପରିବା ଓ ଫୁଲକୁ ବାଟି ଏହାର ରସକୁ ନିଗାଡି ଦେଇ ମଇଦାରେ ଗୋଳାଇ ଦିଆଯାଏ । ଭଲଭାବେ ମଇଦାର ଧଳା ରଙ୍ଗ ବଦଳି ଯାଇ ରଙ୍ଗ ବେରଙ୍ଗର ଫଗୁ ବନି ଗଲା ପରେ ତାକୁ ବାହାରେ ଶୁଖାଇ ଦିଆଯାଉଥିବା ମହିଳା ଗୋଷ୍ଠୀର ସଦସ୍ୟ ଜଣାଇଛନ୍ତି । ଓଡ଼ିଶା ଜୀବିକା ମିଶନର ସହାୟତାରେ ଚଳିତ ବର୍ଷ ଆରମ୍ଭ କରିଥିବା ଏହି ବ୍ୟବସାୟରେ ଲାଭ କ୍ଷତିର ବିଚାର ନକରି ଲୋକଙ୍କୁ ଏକ ସୁରକ୍ଷିତ ଫଗୁରେ ହୋଲି ଖେଳିବାର ସୁଯୋଗ ଦେଇପାରିଥିବା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିଛନ୍ତି ଏହି ମହିଳା ମାନେ ।

ତେବେ ଏହି ଫଗୁର ଗୁଣାତ୍ମକ ମୂଲ୍ୟ ଯୋଗୁଁ ଜୀବିକା ମିଶନ ତରଫରୁ ଏହି ଫଗୁ(ଅବିର)କୁ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ବଜାରରେ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱରକୁ ମଧ୍ୟ ପଠାଯାଇଥିବା ଜୀବିକା ମିଶନର ସ୍ଥାନୀୟ ସଂଯୋଜିକା ସିପ୍ରା ରାଉତ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମହିଳା ଦିବସ ଦିନ ଆରମ୍ଭ କରିଥିବା ଏହି ପ୍ରକ୍ରିୟାରେ ମହିଳା ଗୋଷ୍ଠୀ ଏକ କ୍ଵିଣ୍ଟାଲ ଫଗୁ ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ବର୍ଷ ଆହୁରି ଅଧିକା ଫଗୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ସିପ୍ରା । ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହି ଅବିର ପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ କହିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details