ଓଡିଶା

odisha

ETV Bharat / state

ନାଲକୋ ସହାୟତାରେ କୋରାପୁଟରେ 25ଟି ସ୍କୁଲରେ ସ୍ମାର୍ଟ କ୍ଲାସ ଶୁଭାରମ୍ଭ - ଦାମନଜୋଡି ନାଲକୋ କମ୍ପାନୀ

କୋରାପୁଟ ଜିଲ୍ଲାର ୨୫ ଟି ସ୍କୁଲରେ ୧୦୦ଟି ସ୍ମାର୍ଟ କ୍ଲାସ ନାଲକୋ ପକ୍ଷରୁ କରାଯାଇଛି । ପ୍ରତି ସ୍ମାର୍ଟ କ୍ଲାସ ପିଛା ୨ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଥିବାବେଳେ ମୋଟ ୨ କୋଟି ୫୫ ଲକ୍ଷ ୧୧ ହଜାର ୯୦୦ ଟଙ୍କା ଖର୍ଚ୍ଚ କରିଛି ନାଲକୋ । ଅଧିକ ପଢନ୍ତୁ

ନାଲକୋ ସହାୟତାରେ କୋରାପୁଟରେ 25 ଟି ସ୍କୁଲରେ ସ୍ମାର୍ଟ ଶ୍ରେଣୀ ଶୁଭାରମ୍ଭ
ନାଲକୋ ସହାୟତାରେ କୋରାପୁଟରେ 25 ଟି ସ୍କୁଲରେ ସ୍ମାର୍ଟ ଶ୍ରେଣୀ ଶୁଭାରମ୍ଭ

By

Published : Jul 15, 2022, 10:45 AM IST

କୋରାପୁଟ:ମଡେଲ ସ୍କୁଲରେ ପରିଣତ ହେଲା ସୁନାବେଡା ସ୍ଥିତ ଜଗନ୍ନାଥ ବିଦ୍ୟାପୀଠ । ଏହା ସହ କୋରାପୁଟ ଜିଲ୍ଲାର ୨୫ ଟି ସ୍କୁଲରେ ୧୦୦ ଟି ସ୍ମାର୍ଟ କ୍ଲାସ ନାଲକୋ ପକ୍ଷରୁ କରାଯାଇଛି । ପ୍ରତି ସ୍ମାର୍ଟ କ୍ଲାସ ପିଛା ୨ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଥିବାବେଳେ ମୋଟ ୨ କୋଟି ୫୫ ଲକ୍ଷ ୧୧ ହଜାର ୯୦୦ ଟଙ୍କା ଖର୍ଚ୍ଚ କରିଛି ନାଲକୋ । ଶ୍ରୀଜଗନ୍ନାଥ ବିଦ୍ୟାପୀଠରୁ କେନ୍ଦ୍ର ଖଣି ମନ୍ତ୍ରାଳୟ ସଚିବ ଅନଲାଇନରେ ଏହାର ଶୁଭାରମ୍ଭ କରିଥିଲେ ।

ନାଲକୋ ସହାୟତାରେ କୋରାପୁଟରେ 25 ଟି ସ୍କୁଲରେ ସ୍ମାର୍ଟ ଶ୍ରେଣୀ ଶୁଭାରମ୍ଭ

ଏଥିପାଇଁ ଦାମନଜୋଡି ନାଲକୋ କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ଅନୁଦାନରେ ଅର୍ଥ ଯୋଗାଇ ଦିଆଯାଇଥିବା ନାଲକୋ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହା ଦ୍ବାରା ଗ୍ରାମାଞ୍ଚଳର ଥିବା ସ୍କୁଲ ଗୁଡିକ ପ୍ରତିଦ୍ବନ୍ଦିତା ମୂଳକ ଶିକ୍ଷାରେ ପିଲାମାନେ ଭାଗନେଇ ଘରୋଇ ଅଗ୍ରଣୀ ସ୍କୁଲର ପିଲାଙ୍କ ସହ ପ୍ରତିଦ୍ବନ୍ଦିତା କରି ନିଜର ପରାକାଷ୍ଠା ଦେଖାଇବାରେ ସଫଳ ହୋଇପାରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।

ABOUT THE AUTHOR

...view details