କୋରାପୁଟ:ଦୁନିଆକୁ ଭଲରେ ବୁଝିବା ଆଗରୁ ଜୀବନରେ ଆସିଛି କଳାବାଦଲ । ବାପାର ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ଛାଡି ଅନ୍ୟତ୍ର ବିବାହ କରି ଚାଲିଗଲେ ମା’ । ଏଭଳି ପରିସ୍ଥିତିରେ ଦୁଇ ନାତିଙ୍କ ସାହା ପାଲଟିଛନ୍ତି ବୟସର ଅପରାହ୍ନରେ ମମତାମୟୀ ଜେଜେମା । ଯେଉଁ ବୟସରେ ପୁଅର ସାହାରା ପାଇବା କଥା ସେହି ବୟସରେ ଆଜି ସେ ନାତିଙ୍କ ସେବା କରୁଛନ୍ତି । ଅର୍ହନିଶି ନାତିଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ବଡ଼ ପୁଅ ମରିଯିବା ପରେ ଦଶମନ୍ତପୁର ବ୍ଲକର ବଙ୍ଗଳାଗୁଡ଼ା ଗାଁର ବୟସ୍କା ମହିଳା ଅନଙ୍କ ମଣି କନ୍ଦପାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ଏହା ମଧ୍ୟ ପଢନ୍ତୁ: ଋଷି ସୁନକଙ୍କ କୋର୍ କମିଟିରେ ଭାରତୀୟ, ପ୍ରଚାର ଟିମ୍ର ସଦସ୍ୟ ଥିଲେ ପ୍ରଜ୍ଜଳ ପାଣ୍ଡେ
ପୁଅର ମୃତ୍ୟୁ ପରେ ବୋହୂ ଧରିଲା ଅନ୍ୟର ହାତ
ପୁଅର ମୃତ୍ୟୁପରେ ବୋହୂ ସେମାନଙ୍କ ଦୁଇ ପୁଅଙ୍କୁ ଅନଙ୍କଙ୍କ ପାଖରେ ଛାଡ଼ିଦେଇ ଆଉ ଜଣକୁ ବାହା ହୋଇଯାଇ କେଉଁଆଡେ ଚାଲିଯାଇଥିଲେ । ବେରୋଜଗାର ସମସ୍ୟାରେ ଧନ୍ଦି ହେଉଥିବା ସାନ ପୁଅ ଓ ରୋଗିଣା ସ୍ଵାମୀଙ୍କୁ ନେଇ ବହୁ କଷ୍ଟରେ ପରିବାର ଚଳାଇଆସୁଥିଲେ । ରକ୍ଷଣା ବେକ୍ଷଣାର ଅଭାବ ଯୋଗୁଁ ଇନ୍ଦିରା ଆବାସରେ ମିଳିଥିବା ଘରଟି ଭାଙ୍ଗି ଯାଇଥିବା ବେଳେ ସେହି ଘର ଭିତରେ ବଡ଼ପୁଅ ପରେ ପରେ ସ୍ଵାମୀ ମଧ୍ୟ ଆରପାରିକୁ ଚାଲିଗଲେ । ଏହି ସବୁ ଅବସ୍ଥାକୁ ଦେଖି ସାନ ପୁଅ ନିଜ ବାଟ ନିଜେ ଖୋଜିବା ପାଇଁ ଚାଲିଯିବା ପରେ ଦୁଇଜଣ ନାତିଙ୍କୁ କୋଳରେ ଧରି ସେମାନଙ୍କ ଦାୟିତ୍ଵ ମୁଣ୍ଡେଇ ନେଇଥିଲେ ଅନଙ୍କ ।
ମକା ପୋଡିଲେ ମେଣ୍ଟେ ଗୁଜୁରାଣ