ଓଡିଶା

odisha

ETV Bharat / state

ଏବେବି ଅସଜଡା ଷ୍ଟ୍ରଙ୍ଗରୁମ ସାଜିଥିବା ମହାବିଦ୍ୟାଳୟ

ଷ୍ଟ୍ରଙ୍ଗରୁମ ପାଇଁ ବ୍ୟାପକ ଭାବେ ପରିବର୍ତ୍ତନ ହୋଇଥିବା ମହାବିଦ୍ୟାଳୟ ହେଉନି କାର୍ଯ୍ୟକ୍ଷମ । ପାଠ ପଢିବା ପାଇଁ ଶ୍ରେଣୀଗୃହର ଦେଖାଦେଇଛି ଅଭାବ । ଲାଣ୍ଡିଗୁଡା ମହାବିଦ୍ୟାଳରେ ଛାତ୍ରୀଛାତ୍ରୀ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା ।

By

Published : Jun 26, 2019, 6:49 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

କୋରାପୁଟ : ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ କୋରାପୁଟର ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟର କଳା ଓ ବାଣିଜ୍ୟ ବିଭାଗର ଶ୍ରେଣୀଗୃହ ଓ ଗ୍ୟାଲେରୀ ଗୁଡିକୁ ଜିଲ୍ଲାପ୍ରଶାସନ ଦ୍ବାରା ଷ୍ଟ୍ରଙ୍ଗରୁମ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଇଭିଏମ ବିତରଣ ଓ ଗ୍ରହଣ କେନ୍ଦ୍ର ଭାବେ ବ୍ୟବହାର କରାଯାଇଥିଲା । ହେଲେ ବର୍ତ୍ତମାନ ବି ଏହା କିଛି କାମରେ ଲାଗି ପାରୁନି । ମହାବିଦ୍ୟାଳୟକୁ ହସ୍ତାନ୍ତର କରୁନି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ବ୍ୟାପକ ଭାବେ ପରିବର୍ତ୍ତନ ହୋଇଥିବା ଅବସ୍ଥାରୁ ମୁକୁଳିଯାଇ ଶ୍ରେଣୀଗୃହକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ଅର୍ଥ ମହାବିଦ୍ୟାଳୟ ପାଖରେ ନାହିଁ ବୋଲି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ ଜଣାଇଛନ୍ତି ।


ଷ୍ଟ୍ରଙ୍ଗରୁମ ପାଇଁ କେମିତି ବଦଳା ଗଲା ମହାବିଦ୍ୟାଳୟ ରୂପ ...

ଷ୍ଟ୍ରଙ୍ଗରୁମ ପାଇଁ ପ୍ରଥମେ ଶ୍ରେଣୀଗୃହ ଗୁଡିକର ଝରକା ଉପାଡି ଦେଇ ସେହିସ୍ଥାନରେ ସିମେଣ୍ଟ ଓ ଇଟା ଭର୍ତ୍ତି କରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଗଲା । ଅନ୍ୟାନ୍ୟ କୋଠରୀରେ ଥିବା କାଠ ଓ ଲୁହା ବେଞ୍ଚ ଗୁଡିକୁ କାଢ଼ିଦେଇ ମୁକ୍ତ ଆକାଶ ତଳେ ଏକପ୍ରକାର ଫିଙ୍ଗି ଦିଆଗଲା । ତେବେ ଭୋଟ ଗଣତି କାର୍ଯ୍ୟକ୍ରମ ସରିବାର ମାସେ ବିତିଗଲେ ବି ପ୍ରଶାସନର ଦେଖାନାହିଁ ।

ଖରା ଛୁଟି ସାରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଫେରିଲେଣି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ କୋଠରି ଗୁଡିକୁ ମହା ଵିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଫେରାଇଦେବାର ନାଁଗନ୍ଧ ନେଉନଥିବା ଚିନ୍ତାର ବିଷୟ ହୋଇପଡିଛି ।


କୋରାପୁଟରୁ ସିଏଚ ଶାନ୍ତାକାର ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details