ଓଡିଶା

odisha

ETV Bharat / state

ଖତ ଖାଉଛି ସରକାରୀ ଧନ, ଖୋଲା ପଡିଆ ପାଲଟିଛି ସର୍ବସ୍ୱ ଶୌଚାଳୟ - କୋରାପୁଟ

ଶୌଚ ପାଇଁ ଶୌଚାଳୟ ପରିବର୍ତ୍ତେ ଖୋଲା ପଡିଆ ପାଲଟିଛି ଲୋକଙ୍କ ପସନ୍ଦ । ତେବେ କୋରାପୁଟ ଜିଲ୍ଲା କେନ୍ଦାର ଗାଁରେ କାହିଁକି ସର୍ବସାଧାରଣ ସ୍ଥାନକୁ ପସନ୍ଦ କରୁଛନ୍ତି ତାର କାରଣ କିଛି ଅଲଗା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Feb 1, 2019, 1:56 PM IST

କୋରାପୁଟ: ଶୌଚ ପାଇଁ ଶୌଚାଳୟ ପରିବର୍ତ୍ତେ ଖୋଲା ପଡିଆ ପାଲଟିଛି ଲୋକଙ୍କ ପସନ୍ଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କେନ୍ଦାର ଗାଁରେ । ମୋଟ୍‌ 76ଟି ଘର ପାଇଁ 76ଟି ଶୌଚାଳୟ ରହିଛି । ତଥାପି ଶୌଚ ପାଇଁ ଗାଁ ନଦୀ ପଠା ଓ ପଡିଆରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ । ତେବେ କାହିଁକି ସର୍ବସାଧାରଣ ସ୍ଥାନକୁ ପସନ୍ଦ କରୁଛନ୍ତି ତାର କାରଣ କିଛି ଅଲଗା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଶୌଚାଳୟ ନିର୍ମାଣରେ ଠିକାଦାର ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ଯେଉଁ ଜାଗାରେ ଶୌଚାଳୟ ନିର୍ମାଣ ହୋଇଛି ସେହି ସ୍ଥାନରେ ଭାଲୁ ଆକ୍ରମଣର ଭୟ ରହିଛି । ସେଥିପାଇଁ ନଦୀପଠା କିମ୍ବା ଖୋଲା ପଡିଆକୁ ଶୌଚ ପାଇଁ ଯାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

2 ବର୍ଷ ହେବ ନିର୍ମାଣ ହୋଇଥିବା କେତେକ ଶୌଚାଳୟରେ ଏବେ କାଠ ଓ ପାଳ ପ୍ରଭୃତି ଛୋଟ ଛୋଟ ଜିନିଷର ଗୋଦାମ ଘର ପାଲଟିଛି । ଅନ୍ୟପଟେ ନୂତନ ଭାବେ ଯୋଗ ଦେଇଥିବା ଜଳ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିକିତ ମାଝୀ ଏ ସମ୍ପର୍କରେ ଅନୁଧ୍ୟାନ କରି ଉଚିତ୍‌ ପଦକ୍ଷେପ ନେବେ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details