ଓଡିଶା

odisha

ଆଦିବାସୀ ଅଞ୍ଚଳର ଆଡଭାନ୍ସ ସ୍କୁଲ, ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ପାଲଟିଛି ପ୍ରାଣୀ ଉଦ୍ୟାନ

By

Published : Feb 11, 2022, 3:40 PM IST

ସ୍କୁଲ ହେଉଛି ପିଲାଙ୍କ ପାଇଁ ଦ୍ବିତୀୟ ଘର ସଦୃଶ। ପିଲାଙ୍କ ବିକାଶ ପାଇଁ ଉଚିତ ଶିକ୍ଷା ସହିତ ସଠିକ ପରିବେଶ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ। ତେଣୁ ପିଲାଙ୍କ ପାଇଁ ସ୍କୁଲରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଥାଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏପରି ଏକ ସ୍କୁଲ ଯେଉଁଠି ଆଖି ଲାଖିଲା ପରି କଳାକୃତି ସହ ମନ ମୁଗ୍ଧକର ପରିବେଶରେ ପରିପୂର୍ଣ୍ଣ ହୋଇ ରହିଛି। ପାହାଡ଼ ଓ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ପରିସରରେ ଥିବା ଏହି ସ୍କୁଲଟି ପାର୍କର ଭ୍ରମ ସୃଷ୍ଟି କରୁଛି। ଅଧିକ ପଢ଼ନ୍ତୁ

beautification of school in koraput
ପ୍ରଧାନ ଶିକ୍ଷକଙ୍କ ଭିନ୍ନ ପ୍ରୟାସ, ସ୍କୁଲ ପାଲଟିଛି ପ୍ରାଣୀ ଉଦ୍ୟାନ

କୋରାପୁଟ: ସ୍କୁଲ ହେଉଛି ପିଲାଙ୍କ ପାଇଁ ଦ୍ବିତୀୟ ଘର ସଦୃଶ। ପିଲାଙ୍କ ବିକାଶ ପାଇଁ ଉଚିତ ଶିକ୍ଷା ସହିତ ସଠିକ ପରିବେଶ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ। ତେଣୁ ପିଲାଙ୍କ ପାଇଁ ସ୍କୁଲରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଥାଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏପରି ଏକ ସ୍କୁଲ ଯେଉଁଠି ଆଖି ଲାଖିଲା ପରି କଳାକୃତି ସହ ମନ ମୁଗ୍ଧକର ପରିବେଶରେ ପରିପୂର୍ଣ୍ଣ ହୋଇ ରହିଛି। ପାହାଡ଼ ଓ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ପରିସରରେ ଥିବା ଏହି ସ୍କୁଲଟି ପାର୍କର ଭ୍ରମ ସୃଷ୍ଟି କରୁଛି। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି କୋରାପୁଟ ଜିଲ୍ଲା ଦେଓଘାଟି ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

ପ୍ରଧାନ ଶିକ୍ଷକଙ୍କ ଭିନ୍ନ ପ୍ରୟାସ, ସ୍କୁଲ ପାଲଟିଛି ପ୍ରାଣୀ ଉଦ୍ୟାନ

ପ୍ରାଣୀ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି ସ୍କୁଲ। ପଥର ମୂର୍ତ୍ତିରେ ଜୀବନ୍ତ ହୋଇଛନ୍ତି ବନ୍ୟପ୍ରାଣୀ। ଯାହା ବେଶ ମନୋରମ ପରିବେଶ ସୃଷ୍ଟି କରୁଛି। ବଣ ପାହାଡ ଘେରା ଅଞ୍ଚଳରେ ଲୁଚି ରହିଥିବା ସ୍କୁଲର ରୂପରେଖ ବଦଳାଇବାରେ ସମ୍ଭବ କରି ଦେଖାଇଛନ୍ତି ସ୍କୁଲର ପ୍ରଧାନଶିକ୍ଷକ ହରେକୃଷ୍ଣ ମାଝୀ । ତାଙ୍କ ପ୍ରଚେଷ୍ଟାରେ ନିର୍ଜୀବ ପଥର ପାଲଟିଛି ଜୀବନ୍ତ ବନ୍ୟଜନ୍ତୁ। ସ୍କୁଲର ପ୍ରତ୍ୟେକ କାନ୍ଥରେ ତିଆରି ହୋଇଛି ନାନା ପ୍ରକାର ପଶୁପକ୍ଷୀଙ୍କ ଚିତ୍ର। କୋରାପୁଟ ଆଦିବାସୀଙ୍କ ଇତିହାସ ସହ ସାମାଜିକ ବାର୍ତ୍ତା ଏଠାରେ ଉଲ୍ଲେଖ ରହିଛି।

ସେହିପରି କୃତ୍ରିମ ଝରଣାମାନ ମଧ୍ୟ ତିଆରି ହୋଇଛି। ସ୍କୁଲର ସମ୍ପୂର୍ଣ୍ଣ ପରିସରଟି ସବୁଜ ବନାନୀରେ ପରିପୂର୍ଣ୍ଣ ହୋଇ ରହିଛି। ବିଭିନ୍ନ ପ୍ରକାର ପନିପରିବା ସହ ଗାଈ ରଖି ନିଜେ ଖତ ପ୍ରସ୍ତୁତ କରୁଛନ୍ତି ପ୍ରଧାନ ଶିକ୍ଷକ। ହରେକୃଷ୍ଣ ମାଝୀ ପେସାରେ ଜଣେ ସ୍କୁଲ ପ୍ରଧାନ ଶିକ୍ଷକ ହୋଇଥିଲେ ମଧ୍ୟ କଳାକୃତି ପ୍ରତି ତାଙ୍କର ଯଥେଷ୍ଟ ଦୁର୍ବଳତା ରହିଛି । ନିଜର କର୍ତ୍ତବ୍ୟ ସମ୍ପାଦନ ସହ ସମୟ ବାହାର କରି ସ୍କୁଲ ପରିସର ପ୍ରତି ଗୁରୁତ୍ବ ଦେଉଛନ୍ତି। ଯାହା ଫଳରେ ଏଭଳି ଏକ ପରିବେଶ ସୃଷ୍ଟି ହୋଇପାରିଛି।

ପିଲାମାନେ ସ୍କୁଲରେ ପାଠ ପଢ଼ିବା ସହ ଅନେକ ଜିନିଷ ଶିଖାଇବା ନିହାତି ଆବଶ୍ୟକ। ତେଣୁ ସୁନ୍ଦର ବାତାବରଣ ସୃଷ୍ଟି କରିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। କୋରୋନା କାଳରେ ଦୀର୍ଘଦିନ ହେବ ସ୍କୁଲ ଗୁଡ଼ିକ ବନ୍ଦ ରହିଥିଲା। ହେଲେ ପ୍ରଧାନ ଶିକ୍ଷକଙ୍କ ଏଭଳି ପ୍ରୟାସ ପିଲାଙ୍କୁ ନିହାତି ଆକୃଷ୍ଟ କରିବ । ସରକାରୀ ସ୍କୁଲରୁ ମୁହଁ ଫେରାଉଥିବା ଅଭିଭାବକମାନେ ଏପରି ପରିବେଶ ଦେଖି ନିହାତି ଆକର୍ଷିତ ହେବେ। ପ୍ରଧାନ ଶିକ୍ଷକଙ୍କ ଏହି ପ୍ରୟାସ ଯୋଗୁଁ ଦେଓଘାଟ ସ୍କୁଲ ଅନ୍ୟ ସ୍କୁଲ ପାଇଁ ଉଦାହରଣ ପାଲଟିଛି ।

ଦେଓଘାଟ ସ୍କୁଲର ଏଭଳି କାରୁକାର୍ଯ୍ୟ ଦେଖି ଜନସାଧାରଣ ଏବଂ ଆଖପାଖ ଅଞ୍ଚଳରେ ଥିବା ସ୍କୁଲ କର୍ତ୍ତୃପକ୍ଷ ଅନେକ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହି ମଣିଷ ତିଆରି କାରଖାନାରେ ଛାତ୍ରଛାତ୍ରୀ ମାନେ ନିଜ ପାଠପଢା ସହ ପରିବେଶ ଉପରେ ମଧ୍ୟ ଅନେକ ଶିକ୍ଷାଲାଭ କରିପାରିବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏହା ଉଚିତ୍ ଦିଗ୍‌ଦର୍ଶନ ଦେବା ସହିତ ସମାଜକୁ ମଧ୍ୟ କିଛି ବାର୍ତ୍ତା ଦେବ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details