ଓଡିଶା

odisha

ETV Bharat / state

ଗାଁ ଲୋକଙ୍କ ଭରସାରେ ଦିବ୍ୟାଙ୍ଗ ମହିଳା - କୋରାପୁଟ

ମଇନା ମୁୁଦୁଲି, ବୟସ ପାଖାପାଖି 60-70 ହେବ । ଦିବ୍ୟାଙ୍ଗ ମହିଳା ମଇନା । ଗାଁ ଲୋକଙ୍କ ସହାୟତାରେ ବଞ୍ଚିଛନ୍ତି ସେ...

ଡିଜାଇନ ଫଟୋ

By

Published : Jul 14, 2019, 4:31 PM IST

କୋରାପୁଟ: ଦିବ୍ୟାଙ୍ଗ ମଇନା ମୁଦୁଲି, ନା ଦେଖି ପାରୁଛନ୍ତି ନା ଶୁଣିପାରୁଛନ୍ତି । କେବଳ ଭୋକ ଲାଗିଲେ ଦିନ ଆଉ ରାତି ବିଷୟରେ ଅବଗତ ହୁଅନ୍ତି । ଭୋକ ସମୟରେ ଗାଁ ଲୋକ ଦୟାପରବଶ ହୋଇ ଭାତ ଓ ତରକାରୀ ଜରିରେ ଆଣିଦିଅନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

ଗାଁ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ ଘର ବଖରାଟିଏ ଯୋଗାଇ ଦେଇଛନ୍ତି । ଭୋକ ହେଲେ ହାତରେ ଜରି ମୁଣାଟିଏ ଧରି ଗାଁ ରାସ୍ତା ଉପରକୁ ଚାଲିଆସନ୍ତି ପରେ କେହି ନା କେହି ଗାଁ ଲୋକ ଖାଇବା ଦେଇ ଯାଆନ୍ତି । ଏହାପରେ ପାଦ ଗଣି ଗଣି ନିଜ ଚାଳଛପର ଘରକୁ ଚାଲିଯାଆନ୍ତି । ଯଦି କେଉଁ ଦିନ ଖାଇବା ମିଳେନି ସେଦିନ ସେ ଗାଁ ସ୍କୁଲକୁ ବାଡି ବୁଲାଇ ବୁଲାଇ ଯାଆନ୍ତି ଓ ସେଠାକାର ଶିକ୍ଷକ ଦେବ ମୁଦୁଲି ପିଲାଙ୍କ ମଧ୍ୟାହ୍ନ ଭୋଜନରୁ କିଛି ମଇନାଙ୍କୁ ଖାଇବାକୁ ଦିଅନ୍ତି ।

ପ୍ରକାଶଥାଉକି, ପ୍ରାୟ 30ବର୍ଷ ପୂର୍ବେ ପତିଙ୍କ ସହ ମଇନା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ଏକ ଛୋଟ ଗାଁରେ ରହିଆସୁଥିଲେ । ପତି-ପତ୍ନୀ ପରସ୍ପର ସହାୟତାରେ ଚଳିଆସୁଥିଲେ । ମାତ୍ର ପାଞ୍ଚ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁପରେ ମଇନାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ବାର୍ଦ୍ଧକ୍ୟ ଭତ୍ତା ବା ଦିବ୍ୟାଙ୍ଗ ଭତ୍ତା ମଧ୍ୟରୁ କୌଣସି ସୁବିଧା ମିଳିନଥିବାରୁ ମଇନାଙ୍କ ଜୀବନ ଗାଁ ଲୋକଙ୍କ ଭରସାରେ ଚାଲିଛି । ଯଦି ସରକାରୀ ସହାୟତା କିଛି ମିଳନ୍ତା ତେବେ ମଇନାଙ୍କ ବାକି ଜୀବନ ଭଲର ବିତିପାରନ୍ତା ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details