ଓଡିଶା

odisha

ETV Bharat / state

ସଙ୍ଘର୍ଷରେ ସଢୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର - fight

ନୁଆଁଣିଆ ନଡ଼ା ଛପର ଘର । ଆଉ ଘର ଭିତରେ ଆସବାପତ୍ର କହିଲେ କିଛି ବାସନ ଓ ପିନ୍ଧାଲୁଗା । ଘରୁ ବାହାରିଲେ ମୁଣ୍ଡରେ ଚାଳ ବାଜୁଛି । ଏ ଅବସ୍ଥା ହେଉଛି ଜଣେ ଟାଣୁଆ ନେତା ଓ ସ୍ବାଧୀନତା ସଂଗ୍ରାମୀ ଭଗବାନ ଖେମୁଣ୍ଡୁଙ୍କ ପରିବାରର। ଯେଉଁଠି ଭଙ୍ଗା ଘର ଭିତରେ ସ୍ମୃତି ସାଉଁଟୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ଓ ବୋହୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 18, 2019, 4:30 PM IST

Updated : Jun 18, 2019, 4:37 PM IST

କୋରାପୁଟ: ନୁଆଁଣିଆ ନଡ଼ା ଛପର ଘର। ଆଉ ଘର ଭିତରେ ଆସବାପତ୍ର କହିଲେ କିଛି ବାସନ ଓ ପିନ୍ଧାଲୁଗା । ଘରୁ ବାହାରିଲେ ମୁଣ୍ଡରେ ଚାଳ ବାଜୁଛି । ଏ ଚିତ୍ର ହେଉଛି କୋରାପୁଟ ଜିଲ୍ଲାର ଜଣେ ସ୍ବାଧୀନତା ସଂଗ୍ରାମୀ, ଟାଣୁଆ ଆଦିବାସୀ ନେତା ଭଗବାନ ଖେମୁଣ୍ଡୁଙ୍କ ଅବହେଳିତ ପରିବାରର । ଭଗବାନ ୧୯୫୧ ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ତତ୍କାଳୀନ ନନ୍ଦପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନନ୍ଦପୁର ବ୍ଲକର ଖେମୁଣ୍ଡୁଗୁଡାରେ ଏକ ଭଙ୍ଗା ନଡ଼ା ଛପର ଘରେ ଦିନ କାଟୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ବୋହୁ । ଭଗବାନ ଖେମୁଣ୍ଡୁ ୧୬ ବର୍ଷ ବୟସରେ ଦେଶ ପାଇଁ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଘରଦ୍ୱାର କଥା ଭୁଲିଯାଇଥିଲେ । ଏହାସହ ସ୍ବାଧୀନତା ପରେ ଅଞ୍ଚଳବାସୀଙ୍କ ଭଲମନ୍ଦ ବୁଝିବାରେ ବ୍ୟସ୍ତ ରହି ନିଜ ପିଲା କୁଟୁମ୍ବଙ୍କ ଭବିଷ୍ୟତ ପାଇଁ କିଛିବି ସଞ୍ଚୟ କରିପାରିଲେ ନାହିଁ ।

ସମାଜ ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିବା ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ସରକାର ଭତ୍ତାଟିଏ ଧରାଇଦେଇ ନିଜ ଦାୟିତ୍ବରୁ ଓହରିଯାଇଛନ୍ତି । ତେବେ ଭଗବାନଙ୍କ ମୃତ୍ୟୁ ପରେ ସେହି ସହାୟତା ମଧ୍ୟ ମିଳିବା ବନ୍ଦ ହୋଇଯାଇଛି । ଆଠ ଜଣ ସଦସ୍ୟ ଥିବା ଏହି ପରିବାରରେ ସମସ୍ତେ ଉଚ୍ଚ ଶିକ୍ଷିତ । କିନ୍ତୁ ସରକାରଙ୍କ ଶୁଭଦୃଷ୍ଟି ନପଡିବା ଯୋଗୁଁ ଜୀବନ ଜୀବିକା ପାଇଁ ବାରଦୁଆର ବୁଲି କର୍ମ ସନ୍ଧାନ କରୁଛନ୍ତି ପରିବାର ଲୋକେ ।

ବାପା ଭଗବାନ ଖେମୁଣ୍ଡୁଙ୍କ ପାଖକୁ ବିଭିନ୍ନ ବିଷୟରେ ଚର୍ଚ୍ଚା କରିବା ପାଇଁ ଆସୁଥିବା ରାଜନେତା ଓ ସରକାରୀ ଅଧିକାରୀ ପରିବାରର ଦୟନୀୟ ଅବସ୍ଥାକୁ ଦେଖି ସମ୍ଭାବ୍ୟ ସମାଧାନକୁ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହା କେବଳ କଥାରେ ହିଁ ସୀମିତ ରହିଯାଇଥିବା ତାଙ୍କ ବଡ଼ପୁଅ ନରେନ୍ଦ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି । ଆଜି ମଧ୍ୟ ବିଜେଡି , କଂଗ୍ରେସ ଓ ବିଜେପି ନେତା ଭଗବାନ ଖେମୁଣ୍ଡୁଙ୍କ ଘରକୁ ସ୍ବାଧୀନତା ସଂଗ୍ରାମୀଙ୍କ ତୀର୍ଥକ୍ଷେତ୍ର ଭାବେ ମାନ୍ୟତା ଦେଇ ଆସିବା ସହ କିଛି ସମୟ ବିତେଇ ଆସନ୍ତି ।

ଭଗବାନ ଖେମୁଣ୍ଡୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଥିଲାବେଳେ ଯେମିତି ତାଙ୍କ ଘରେ କେହି ନଖାଇ ଫେରୁନଥିଲେ ସେହି ପରମ୍ପରାକୁ ଆଜିବି ବଜାୟ ରଖିଛସନ୍ତି ଘରର ବଡ ବୋହୁ ସୁମିତ୍ରା । ତେବେ ସରକାରଙ୍କ ଅଣଦେଖା ଓ ପରିବାରର ଦୁଃସ୍ଥିତିକୁ କ୍ୟାମେରା ସାମନାରେ ବର୍ଣ୍ଣନା କଲାବେଳେ ନିଜ ଅନ୍ତରରୁ ବାହାରି ଆସୁଥିବା କୋହକୁ ଚାପି ରଖିପାରିନଥିଲେ ବୋହୁ ସୁମିତ୍ରା ।

ଘର ଚଲାଇବା କଷ୍ଟ ହେଉଥିବା ବେଳେ ଜଣେ ଦିଅର ମାନସିକ ବିକାରଗ୍ରସ୍ତ ଭାବେ ଦିନ କାଟୁଛନ୍ତି । ଆଉ ଦୁଇଜଣ ବୟସର ଅପରାହ୍ଣରେ ମଧ୍ୟ ରୋଜଗାର କ୍ଷମ ହୋଇପାରିନଥିବା ଯୋଗୁଁ ଅବିବାହିତ ହୋଇ ରହିଯିବା ସୁମିତ୍ରାଙ୍କ ପାଈଁ ଚିନ୍ତାର ବିଷୟ ପାଲଟିଛି । ତେବେ ପରିବାରର ଅନ୍ନ ଚିନ୍ତା ଦୂର କରିବାରେ ସରକାର କେବେ ସଫଳ ହେବେ, ସେଇ ଅପେକ୍ଷାରେ ଅଛନ୍ତି ପରିବାର ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

Last Updated : Jun 18, 2019, 4:37 PM IST

ABOUT THE AUTHOR

...view details