କୋରାପୁଟ:ଦଶମନ୍ତପୁର ବ୍ଲକରେ ରାତି ପାହିଲେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଫୁଲବେଦା ପଞ୍ଚାୟତର ସଲପଗୁଡ଼ା, ତେନ୍ତୁଳିଗୁଡ଼ା, ଝାପରାଗୁଡ଼ା ଓ ବଦଳି ମାଲିଗୁଡ଼ା ଗ୍ରାମର ଭୋଟର ନିର୍ବାଚନକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ।
ସେମାନେ ଗତ କିଛିଦିନ ପୂର୍ବେ ଏହି ନିଷ୍ପତ୍ତି ନେଇ ସର୍ବତ୍ର ସେମାନଙ୍କ ନିଷ୍ପତ୍ତିକୁ ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦଙ୍କୁ ଜଣାଇବାର ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଓ ଭୋଟ ବର୍ଜନର କାରଣ ତଥା ନିରାକରଣ ପାଇଁ କେହି ସେମାନଙ୍କ ପାଖରେ ପହଞ୍ଚି ନଥିଲେ । ତେଣୁ କ୍ଷୁବ୍ଧ ହୋଇ ନିର୍ବାଚନକୁ ବର୍ଜନ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଦୃଢ଼ କରିଥିବା ଜଣାଇଛନ୍ତି । ଫୁଲବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏହି ସମସ୍ତ ଗ୍ରାମକୁ ଠିକ୍ ରାସ୍ତାଟିଏ ନଥିବା ଯୋଗୁଁ ନାନା ସମସ୍ୟା ଦେଖାଦେଇଛି ।