ଓଡିଶା

odisha

ETV Bharat / state

ସାର ହେରଫେର ଅଭିଯୋଗରେ ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ନିଲମ୍ବିତ - କୋରାପୁଟ

ସାର ହେରଫେର ଅଭିଯୋଗରେ ନିଲମ୍ବିତ ହେଲେ କୋରାପୁଟ ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ବସନ୍ତ କୁମାର ଦାସ । ଏହାସହ ପରିଚାଳକ ରୂପଧର ପାଙ୍ଗିଙ୍କ ବିରୋଧରେ ମାମଲା ରୁଜୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 24, 2019, 10:28 PM IST

କୋରାପୁଟ: ପଟ୍ଟାଙ୍ଗି ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ବସନ୍ତ କୁମାର ଦାସଙ୍କୁ ନିଲମ୍ବିତ କରାଯାଇଛି । ସାର କିଣାବିକାରେ ହୋଇଥିବା ଆର୍ଥିକ ହେରଫେର ଅଭିଯୋଗକୁ ଆଧାର କରି ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ପ୍ରକାଶଥାଉକି, ୨୦୧୮ ମସିହା ଜୁନ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ତରଫରୁ ଲ୍ୟାମ୍ପସ ର ଏମଡି ଶ୍ରୀ ଦାସ ଓ ପରିଚାଳକ ରୂପଧର ପାଙ୍ଗିଙ୍କ ମାଧ୍ୟମରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ୨୦୨୦ କ୍ୱିଣ୍ଟାଲ ସାର ବିକ୍ରି କରାଯାଇଥିଲା । କିନ୍ତୁ ଏହି ବିକ୍ରି ପରେ ୧୬.୨୩ ଲକ୍ଷ ଟଙ୍କାର ହିସାବ ନମିଳିବା ଯୋଗୁଁ ଶ୍ରୀ ଦାସଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିକୁ ବଦଳି କରିଥିଲେ । ଏହାପରେ ଜୟପୁରର କେନ୍ଦ୍ରୀୟ ଅଫିସରୁ ଏକ ଦଳ ପଟ୍ଟାଙ୍ଗି ଆସି ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ପରେ କେନ୍ଦ୍ରୀୟ କାର୍ଯ୍ୟାଳୟର ନିର୍ଦେଶ କ୍ରମେ ଉଭୟ ଶ୍ରୀ ଦାସ ଓ ଶ୍ରୀ ପାଙ୍ଗିଙ୍କ ବିରୋଧରେ ଅର୍ଥ ଆତ୍ମସାତ ଅଭିଯୋଗ ପତ୍ର ଦାଖଲ କରାଗଲା ।

ତେବେ ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ରୂପଧର ପାଙ୍ଗି ଫେରାର ଥିବା ଥାନା ଅଧିକାରୀ ବିନୟ କୁମାର ରାୟ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ଏହି ଆର୍ଥିକ ଅନିୟମିତତା ଘଟଣାରେ ତାଙ୍କର କିଛି ଦୋଷ ନାହିଁ ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି ।

କୋରାପୁଟରୁ ସି ଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details