ଓଡିଶା

odisha

ETV Bharat / state

ରାଣୀଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ 5 ଅଭିଯୁକ୍ତ ଗିରଫ

ରାଣୀଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ପୋଲିସ। ଲୁଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ 5 ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ। ଅଧିକ ପଢ଼ନ୍ତୁ...

ରାଣିଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ 5 ଅଭିଯୁକ୍ତ ଗିରଫ
ରାଣିଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ 5 ଅଭିଯୁକ୍ତ ଗିରଫ

By

Published : Nov 2, 2020, 9:46 PM IST

କୋରାପୁଟ: କୋରାପୁଟ ଜିଲ୍ଲା ରାଣିଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏହି ଲୁଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ 5 ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ। ବାହା ହେବାକୁ ଯାଉଥିବା ଜଣେ କନ୍ୟାଙ୍କ ସମେତ କିଛି ମହିଳାଙ୍କଠାରୁ ସୁନା ଚେନ ଲୁଟ କରିଥିଲେ ଏହି 5 ଜଣ ଲୁଟେରା। ଏହାପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ରାଣିଗଡ଼ ରାସ୍ତା ସୁନାଗହଣା ଲୁଟ ମାମଲାରେ 5 ଅଭିଯୁକ୍ତ ଗିରଫ

ଘଟଣାକୁ ନେଇ କୋରାପୁଟ ପୋଲିସ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ କନ୍ୟାଙ୍କ ପରିବାର। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଦୈତାରୀ ଚାଲାନକୁ ଗିରଫ କରିଛି ପୋଲିସ। ଗିରଫ ଲୁଟେରାଙ୍କଠାରୁ ପୋଲିସ ତିନୋଟି ସୁନା ହାର ଓ ନଗଦ 72 ହଜାର ଟଙ୍କା ଜବତ କରିଛି ପୋଲିସ। ଏହାସହ ଅଭିଯୁକ୍ତଙ୍କ ନିକଟରୁ ଲୁଟ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର , ଗୋଟିଏ ମାରୁତି କାର ଓ ମଟରସାଇକଲ ଜବତ କରିଛି ପୋଲିସ।

ଗତ କିଛିଦିନ ପୂର୍ବେ ବିଜୟନଗରମରୁ ଜଣେ ଯୁବତୀ ବୋରିଗୁମାକୁ ବିବାହ କରିବାକୁ ଆସୁଥିଲେ। ତେବେ ସେହି ସମୟରେ କୋରାପୁଟର ରାଣିଗଡ଼-ବୋରିଗୁମା ରାସ୍ତାରେ 5 ଜଣ ଲୁଟେରା ପଥର ରଖି ଗାଡ଼ି ଅଟକାଇଥିଲେ। ତେବେ ଗାଡି଼ ଅଟାଇବା ପରେ ଲୁଟେରାମାନେ ଯୁବତୀଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଜୀବନରୁ ମାରିଦେବାକୁ ଧମକ ଦେଇ ପାଖରେ ଥିବା 1 ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇ ଯାଇଥିଲେ ଲୁଟେରା।

ଏହି ଲୁଟେରାମାନେ ବିଭିନ୍ନ ଲୁଟ ମାମଲାରେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରୁଛି ପୋଲିସ। ତେବେ ଏହି ଲୁଟ ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚାଲିଛି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details