ଓଡିଶା

odisha

ETV Bharat / state

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନାମଲେଖାର ପ୍ରଥମ ରାଉଣ୍ଡ ଶେଷ

କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖାର ପ୍ରଥମ ରାଉଣ୍ଡ ସମାପ୍ତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 16, 2019, 11:42 AM IST

କୋରାପୁଟ: ଚଳିତ ଶିକ୍ଷାବର୍ଷ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ । କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖାର ପ୍ରଥମ ରାଉଣ୍ଡ ସମାପ୍ତ ହୋଇଥିବା ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ବାଳ କହିଛନ୍ତି ।

ଆର୍ଥିକ ରୂପେ ଅନଗ୍ରସର ପିଲାଙ୍କ ପାଇଁ ଚଳିତବର୍ଷ ଠାରୁ ଏହି କଲେଜରେ ୨୫ଟି ସିଟ ସଂରକ୍ଷଣ କରାଯାଇ ସମୁଦାୟ ସିଟ ସଂଖ୍ୟାକୁ ୧୨୫ କରିଦିଆଯାଇଛି । ଆଗକୁ ନାମଲେଖା ପାଇଁ ଦ୍ଵିତୀୟ ରାଉଣ୍ଡ ଓ ଅନ ଦ ସ୍ପଟ ସୁବିଧା ଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡିଶା କୋଟା ଭାବେ ୧୦୬ ଜଣଙ୍କ ମଧ୍ୟରୁ କେବଳ 4ଜଣ ନାଁ ଲେଖାଇ ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେହିପରି ସର୍ବଭାରତୀୟ ତାଲିକାର ୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ବର୍ତ୍ତମାନ ସୁଦ୍ଧା ନାମ ଲେଖାଇ ଥିବାବେଳେ ଆସନ୍ତା ୧୮ ତାରିଖରେ ସେମାନଙ୍କ ପାଇଁ ହେବାକୁ ଥିବା ସାକ୍ଷାତକାରରେ ବାକିଥିବା ଆସନ ମଧ୍ୟ ପୂରଣ ହୋଇଯିବ ବୋଲି ପ୍ରଫେସର ବିଶ୍ବାଳ ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details