ଓଡିଶା

odisha

ETV Bharat / state

ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଫେରାର

ନିଶବ୍ଦ ରାତିରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ । ଘଟଣାଟି ହେଉଛି କୋଟପାଡ ବ୍ଲକ ଘଟର୍ଲା ନିକଟସ୍ଥ କୁସୁମଗୁଡାର । ରବିବାର ରାତି ପ୍ରାୟ 11ଟାବେଳେ ଯୁବ ବ୍ୟବସାୟୀ ସତୀଶ ଗୁପ୍ତା ଶୋଇଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ ।

By

Published : May 27, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ନିଶବ୍ଦ ରାତିରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ । ଘଟଣାଟି ହେଉଛି କୋଟପାଡ ବ୍ଲକ ଘଟର୍ଲା ନିକଟସ୍ଥ କୁସୁମଗୁଡାର । ରବିବାର ରାତି ପ୍ରାୟ 11ଟାବେଳେ ଯୁବ ବ୍ୟବସାୟୀ ସତୀଶ ଗୁପ୍ତା ଶୋଇଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ । ଆହତ ସତୀଶଙ୍କୁ ତୁରନ୍ତ କୋଟପାଡ ମେଡିକାଲ ଓ ଛତିଶଗଡର ଜଗଦଲପୁରକୁ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ଆହତ ସତୀଶଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ରାଜପୁରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ସତୀଶ ବିପଦମୁକ୍ତ ରହିଥିବା ସହ କୋଟପାଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ତିନି ଦୁର୍ବୃତ୍ତ ଫେରାର ରହିଥିବାବେଳେ ସେମାନଙ୍କର କୌଣସି ପରିଚୟ ମିଳି ପାରିନଥିବା ସୂଚନା ଦେଇଛି କୋଟପାଡ ପୋଲିସ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details