ଓଡିଶା

odisha

ETV Bharat / state

ଅଜଣା ଗୁଳିରେ ନାବାଳିକା ଗୁରୁତର, ମିଳୁନି ଆମ୍ବଲାନ୍ସ ସେବା - ଗୁଳିମାଡ

ପଦାରେ ପଡ଼ିଛି କୋରାପୁଟ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର । ଅଭାବୀ ପରିବାରର ଜଣେ ନାବାଳିକା ଗୁଳିମାଡ଼ର ଶୀକାର ହୋଇଥିବା ବେଳେ ଜିଲ୍ଲା ଡାକ୍ତରଖାନାର କର୍ମଚାରୀମାନେ ଅଣଦେଖା କରିବା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ସେପଟେ ନାବାଳିକାର ଉନ୍ନତ ଚିକିତ୍ସା ସହିତ ଆମ୍ବୁଲାନ୍ସର ଯୋଗାଡ଼ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହସ୍ତକ୍ଷେପ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Mar 23, 2019, 6:47 AM IST

Updated : Mar 23, 2019, 2:43 PM IST

କୋରାପୁଟ: ଜୟପୁରରେ ଦୁଇଟି ପୃଥକ ପୃଥକ ଗୁଳିକାଣ୍ଡରେ ଜଣେ 13 ବର୍ଷୀୟ ଝିଅ ସମେତ ଜଣେ 25ବର୍ଷୀୟ ଯୁବକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେଜୟପୁର ଓ ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଂକାଟପନ୍ନ ହେବାରୁ ସେମାନଙ୍କୁ କଟକ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ହାତ ପାଆନ୍ତାରେ ଉନ୍ନତ ଚିକିତ୍ସାର ସୁବିଧା ଯୋଗାଇବାର ପ୍ରତିଶ୍ରୁତି ବହନ କରି ଜିଲ୍ଲାରେ ଛିଡା ହୋଇଛି ସୁଉଚ୍ଚ ଅଟ୍ଟାଳିକା । ହେଲେ ପ୍ରତିଶୃତି ସବୁକୁ ଭୁଲି ଏବେ ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ସମୟରେ ବୋଝ ପାଲଟିଯାଇଛି ଜିଲ୍ଲାର ସ୍ବାସ୍ଥ୍ୟ ସୁବିଧା। ସୂଚନା ଅନୁଯାୟୀ ଶୁକ୍ରବାର ଶୌଚାଳୟରୁ ଘରକୁ ଫେରୁଥିବା ସମୟରେ ହଠାତ୍‌ ଏକଗୁଳି ଆସି ସପ୍ତମ ଶ୍ରେଣୀ ନକ୍ଷତ୍ରାଙ୍କ ଛାତି ଭେଦି ଯାଇଥିଲା । ଘଟଣାସ୍ଥଳରେ ନକ୍ଷତ୍ରା ଚେତାଶୂନ୍ୟ ହୋଇପଡିବାରୁ ଚିକିତ୍ସାଳୟ ନେବା ପାଇଁ ପରିବାର ଲୋକେ ଖୋଜି ବୁଲିଥିଲେ ଆମ୍ବୁଲାନ୍ସସେବା ।

ହେଲେ ଦୀର୍ଘ ସମୟର ଅପେକ୍ଷା ପରେ ମଧ୍ୟ ନା ଆସିଥିଲା କୌଣସି ଆମ୍ବୁଲାନ୍ସ ନା ମିଳିଥିଲା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ କୌଣସି ସାହାଯ୍ୟ । କିନ୍ତୁ କୋରାପୁଟ ଆରକ୍ଷୀ ଅଧିକ୍ଷକ କେ. ବି. ସିଂଙ୍କ ସହାୟତାରେ ନକ୍ଷତ୍ରାଙ୍କୁ ଜୟପୁର ମେଡିକାଲ ଅଣାଯାଇଥିଲା । ହେଲେ ଡାକ୍ତର ଓ ଚିକିତ୍ସା ଅଭାବରୁ ନକ୍ଷତ୍ରାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା ।ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାକାର ଅବସ୍ଥା କଟା ଘା'ରେ ଚୁନ ମାରିବା ସଦୃଶ ହୋଇଥିଲା । ଡାକ୍ତର ନକ୍ଷତ୍ରାଙ୍କ ଫୁସୁଫୁସ ଗୁଳିମାଡ଼ରେ କଣା ହୋଇଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଦର୍ଶାଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏତିକି କହି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ କାମ ସାରିଦେଇଥିଲେ ।

ପରେ ଅଭାବୀ ପରିବାରର ନକ୍ଷତ୍ରାଙ୍କ ବାପା ଓ ମା ସନ୍ଧ୍ୟାରୁ ରାତି 10ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସର ବ୍ୟବସ୍ଥା କରିପାରିନଥିଲେ । ପରେବ୍ରହ୍ମପୁରରୁ ଆସୁଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ନକ୍ଷତ୍ରାଙ୍କୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ରହିଥିଲେ ଗୁଳିକାଣ୍ଡର ଶିକାର ହୋଇଥିବା 25 ବର୍ଷୀୟ ଜଣେ ଯୁବକ ।

ଏସମସ୍ତ ଘଟଣା ଜିଲ୍ଲାରେ ଥିବା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଇଙ୍ଗିତ କରୁଥିବା ବେଳେ ଅପରପକ୍ଷେ ଜୟପୁର ସହରରେ ବଢୁଥିବା ଅପରାଧକୁ ମଧ୍ୟ ସୂଚାଉଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Mar 23, 2019, 2:43 PM IST

ABOUT THE AUTHOR

...view details